ଏୟାରଲିଫ୍ଟ ହେଲେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଗୁରୁତର ଯବାନ

ଛତିଶଗଡର ସୁକମା ଏବଂ ଦନ୍ତେୱାଡ଼ା ସୀମାରେ ରହିଥିବା ଜଗରଗୁଣ୍ଡା ଥାନା ଅଂଚଳରେ ଥିବା ଜଂଗଲରେ ସିଆରପିଏଫ୍‌ ଯବାନ ସର୍ଚ୍ଚଅପରେସନ କରୁଥିଲେ। ସିଆରପିଏଫ ଯବାନ ଜଂଗଲରେ ତନ୍ନତନ୍ନ କରି କିମ୍ବିଂ କରିବା ପରେ ପୁଣି କ୍ୟାମ୍ପକୁ ଫେରୁଥିଲେ।

Army Helicopter

Army Helicopter Photograph: (Sambad )

ମାଲକାନଗିରି: ଛତିଶଗଡ଼ର ସୁକମା ଏବଂ ଦନ୍ତେୱାଡ଼ା ସୀମାରେ ରହିଥିବା ଜଗରଗୁଣ୍ଡା ଥାନା ଅଂଚଳରେ ଥିବା ଜଂଗଲରେ ସିଆରପିଏଫ୍‌ ଯବାନ ସର୍ଚ୍ଚଅପରେସନ କରୁଥିଲେ। ସିଆରପିଏଫ ଯବାନ ଜଂଗଲରେ ତନ୍ନତନ୍ନ କରି କିମ୍ବିଂ କରିବା ପରେ ପୁଣି କ୍ୟାମ୍ପକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ନକ୍ସଲ। ଯାହାଫଳରେ ଯବାନ ଏମ.ଏନ ଶୁକ୍ଲା ଗୁରୁତର ଆହତ ହୋଇଥିଲେ। ତାଂକର ଦୁଇଟି ଗୋଡ଼ରେ ଭୀଷଣ ଆଘାତ ଲାଗିଛି। 

ଯବାନ ଆହତ ଖବର ନେଇ ଖବର ମିଳିବା ପରେ ତୁରନ୍ତ ହେଲିକେପ୍ଟର ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ଶୁକ୍ଲାଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହ ଯବାନ ଏହି ଅଂଚଳକୁ ସର୍ଚ୍ଚ ଅପରେସନ ଆହୁରି ଜୋରଦାର କରିଥିଲେ।

ସୁରକ୍ଷା ବାହିନୀର ଯବାନମାନେ ନାରାୟଣପୁର ଜିଲ୍ଲାର ଇରକଭଟ୍ଟି ଏବଂ କଚ୍ଚାପାଲ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ୩ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ତେବେ ଏହାକୁ ଯବାନ ଦେଖିବା ପରେ ସୁରକ୍ଷିତ ଭାବେ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ଗତ ତିନି ତଳେ ଏସଟିଏଫ ଯବାନ ଦିନେଶ କଲା ମଧ୍ୟ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe