ଛାତ୍ରର ଛାତିରେ ପଶିଗଲା ଲୁହାରଡ; ଡାକ୍ତରଖାନାରେ ଭର୍ତ୍ତି, ଅବସ୍ଥା ସ୍ଥିର

Advertisment

ଅସାବଧାନତା ଯୋଗୁଁ ଛାତରୁ ଖସିପଡ଼ିଥିବା ଜଣେ ଛାତ୍ରର ଶରୀରରେ ଲୁହା ରଡ୍‌ ପଶିଯାଇଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।

Updated On

ଅସାବଧାନତା ଯୋଗୁଁ ଛାତରୁ ଖସିପଡ଼ିଥିବା ଜଣେ ଛାତ୍ରର ଶରୀରରେ ଲୁହା ରଡ୍‌ ପଶିଯାଇଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Student injured

Student injured Photograph: (sambad.in)

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଆଇଆରସି ଭିଲେଜ ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ଅସାବଧାନତା ଯୋଗୁଁ ଛାତରୁ ଖସିପଡ଼ିଥିବା ଜଣେ ଛାତ୍ରର ଶରୀରରେ ଲୁହା ରଡ୍‌ ପଶିଯାଇଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ରର ନାମ ସୋହନ ଦିଗାଲ (୧୩)। 

ସୂଚନା ଅନୁସାରେ ୧୩ ବର୍ଷ ବୟସର ସୋହନ ଦିଗାଲ ଆଜି ନିଜର ଆଇଆରସି ଭିଲେଜ ଅଞ୍ଚଳରେ ଥିବା ଘରର ଛାତ ଉପରକୁ ଯାଇଥିଲା। ସେ ନିଜ ସ୍କୁଲ ୟୁନିଫର୍ମ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଅସାବଧାନତା ଯୋଗୁଁ ତଳେ ପଡ଼ି ଯାଇଥିଲା। କିନ୍ତୁ ଛାତରୁ ପଡ଼ିବା କାରଣରୁ ସେ ଏକ ବଡ଼ ଅଘଟଣର ଶିକାର ହୋଇଥିଲା। ସୋହନର ଛାତିରେ ଏକ ଲୁହା ରଡ୍‌ ପଶି ଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ପହଞ୍ଚିଥିଲେ। ସକାଳେ କାଳବୈଶାଖୀ ଯୋଗୁଁ ଭାଙ୍ଗି ପଡ଼ିଥିବା ଗଛ ହଟାଇବା ପାଇଁ ଏହି ଅଞ୍ଚଳରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀମାନେ ଏକ କଟିଂ ମେସିନ ବ୍ୟବହାର କରି ସୋହନକୁ ଲୁହା ଗ୍ରିଲରୁ ମୁକୁଳାଇଥିଲେ। ଏହାପରେ ସୋହନଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ରିପୋର୍ଟ ଲେଖାଯିବା ବେଳକୁ ସୋହନ୍‌ର ଅପରେସନ୍‌ ସରିଛି। ତାକୁ ଶିଶୁ ସଲ୍ୟ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାର ଅବସ୍ଥା ସ୍ଥିର ରହିଥିବା ଭୁବନେଶ୍ବର ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ, କନ୍ଧମାଳର ମୂଳ ନିବାସୀ ସୋହନ ଦିଗାଲ ନିଜ ପରିବାର ସହିତ ଆଇଆରସି ଭିଲେଜ ଅଞ୍ଚଳରେ ରହୁଛି। ସେ ଏଠାକାର ଏକ ବିଦ୍ୟାଳୟରେ ପାଠ ପଢୁଛି। ଆଜି ଏକ ଅଭାବନୀୟ ଦୁର୍ଘଟଣାର ସାମ୍ନା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋହନର ଆରୋଗ୍ୟ ପାଇଁ ଚାରିଆଡ଼େ ଏବେ ପ୍ରାର୍ଥନା କରାଯାଉଛି।

Health | AIIMS Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe