ବାଲିପାଟଣା ଗୁଳିକାଣ୍ଡ ଘଟଣା: ଆହତ ଯୁବକ ହିଁ ନିଜେ ଅଭିଯୁକ୍ତ

Advertisment

ରାଜଧାନୀ ଉପକଣ୍ଠ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିକଟରେ ଗତକାଲି ରାତିରେ ଜନୈକ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପୀଡ଼ିତ ହିଁ ଅଭିଯୁକ୍ତ। ଏଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି।

vb

ବାଲିପାଟଣା: ରାଜଧାନୀ ଉପକଣ୍ଠ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିକଟରେ ଗତକାଲି ରାତିରେ ଜନୈକ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପୀଡ଼ିତ ହିଁ ଅଭିଯୁକ୍ତ। ଏଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି| ଗୁଳିମାଡ଼ରେ ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର ଓରଫ କୁନା । ଦୀପ୍ତିଙ୍କ ବାମ ହାତରେ କହୁଣୀ ଉପର ଭାଗରେ ଗୁଳି ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା | ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିବା ପରେ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିଲା | 

ନିଜେ ନିଜକୁ ଗୁଳି କରିଥିଲା ଦୀପ୍ତି । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ରର ପର୍ଦାଫାସ କରିଛି ପୁଲିସ। ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଫସାଇବାକୁ ବଡ଼ ଯୋଜନା କରିଥିଲା ଦୀପ୍ତି। ଏଣୁ ପୀଡ଼ିତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇ ନିଜ ହାତକୁ ନିଜେ ଗୁଳି ମାରିଥିଲା  ଓ ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ଦୀପ୍ତି ଏବେ ହସ୍ପିଟାଲରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe