Advertisment

ଆନ୍ତଃ ଏନ୍‌ଆଇଟି କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

Advertisment

ଆନ୍ତଃ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଟେନିସ୍‌ରେ ଏନ୍‌ଆଇଟି ନାଗପୁର ବିଜେତା ହୋଇଥିବାବେଳେ ଫୁଟ୍‌ବଲରେ ଏନ୍‌ଆଇଟି ରାୟପୁର ବାଜି ମାରିନେଇଛି।

ଆନ୍ତଃ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଟେନିସ୍‌ରେ ଏନ୍‌ଆଇଟି ନାଗପୁର ବିଜେତା ହୋଇଥିବାବେଳେ ଫୁଟ୍‌ବଲରେ ଏନ୍‌ଆଇଟି ରାୟପୁର ବାଜି ମାରିନେଇଛି।

ରାଉରକେଲା: ତିନିଦିନ ଧରି ଚାଲିଥିବା ଆନ୍ତଃ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଟେନିସ୍‌ରେ ଏନ୍‌ଆଇଟି ନାଗପୁର ବିଜେତା ହୋଇଥିବାବେଳେ ଫୁଟ୍‌ବଲରେ ଏନ୍‌ଆଇଟି ରାୟପୁର ବାଜି ମାରିନେଇଛି। ଏନ୍‌ଆଇଟି ରାଉରକେଲା ଆୟୋଜିତ ଏହି ପ୍ରତିଯୋଗିତା ଅନୁଷ୍ଠାନର ଦିଲୀପ ତିର୍କି ଷ୍ଟାଡିୟମ ଓ ପି.ଟି. ଉଷା ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡିୟମ, ସେକ୍ଟର-୬ ଇସ୍ପାତ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା।

ଟେନିସ୍‌ରେ ଉଭୟ ବାଳକ ଓ ବାଳିକା ବର୍ଗରେ ମ୍ୟାଚ୍‌ ଖେଳାଯାଇଥିଲା। ବାଳକ ବର୍ଗରେ ଏନ୍‌ଆଇଟି ନାଗପୁରର ବୈଭବ ମାନଗିରି ଓ ବାଳିକାରେ ତନୟା ଚୌଧୁରୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଟେନିସ୍‌ ବାଳକ ଯୁଗଳରେ ନାଗପୁରର ବୈଭବ ଓ ଅଭିଶେକଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି। ‌

ସେହିଭଳି ଏନ୍‌ଆଇଟି ଦିଲ୍ଲୀ ଉପବିଜେତା ହୋଇଥିବାବେଳେ ଏନ୍‌ଆଇଟି ସୁରତ ତୃତୀୟ ସ୍ଥାନରେ ରହିଛି। ବାଳିକା ଯୁଗଳରେ ଏନ୍‌ଆଇଟି ନାଗପୁର ବିଜୟୀ ହୋଇଥିବାବେଳେ ଏନ୍‌ଆଇଟି ରାଉରକେଲା ଉପବିଜେତା ଓ ଏନ୍‌ଆଇଟି କାଲିକଟ ତୃତୀୟ ସ୍ଥାନରେ ରହିଛି। ଏତଦ୍‌ବ୍ୟତୀତ ଫୁଟବଲରେ ଏନ୍‌ଆଇଟି ରାୟପୁର ଓ ଏନ୍‌ଆଇଟି କାଲିକଟ୍‌ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ରାୟପୁର ୪-୩ ଗୋଲରେ ମ୍ୟାଚ୍‌କୁ ଜିତିନେଇଥିଲା।
publive-image
ଉଲ୍ଲେଖଯୋଗ୍ୟ, ପ୍ରତିଯୋଗିତାରେ ଦେଶର ୨୬ଟି ଏନ୍‌ଆଇଟିର ପ୍ରାୟ ୬ ଶହ ଖେଳାଳି ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଏସ୍‌ପି ନୀତେଶ ୱାଧୱାନି, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏନ୍‌ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ, ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌ ସଭାପତି ପ୍ରଫେସର ରାଜୀବ ପଣ୍ଡା, ଡିନ୍‌ ପ୍ରଫେସର ନିରଞ୍ଜନ ପଣ୍ଡା, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ତଥା ଏନ୍ଆଇଟି ଜଳନ୍ଧରର ଛାତ୍ର କାର୍ଯ୍ୟକଳାପ ଓ କ୍ରୀଡ଼ା ଅଧିକାରୀ ବିଜୟ କେ. ମିଶ୍ର, ଏନ୍ଆଇଟି ରାଉରକେଲାର କ୍ରୀଡ଼ା ସମିତି ଉପସଭାପତି ପ୍ରଫେସର ମହମ୍ମଦ ଖାଲିଦ ଗୁଲ୍, ପ୍ରଫେସର ଭେଙ୍କଟ ଆର୍‌. ନାଏକ, କ୍ରୀଡ଼ା ଅଧିକାରୀ ସି.ଅଲାଗେସନ ପ୍ରମୁଖ ଉପସ୍ଥିତଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe