ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ କମ୍ପ୍ଲେନ କମିଟି ଗଠନ ହେବ: ମନ୍ତ୍ରୀ

Advertisment

ବିଶ୍ୱବିଦ୍ୟାଳୟ ଓ ସବୁ କଲେଜରେ ଆକ୍ଟିଭ ଭାବେ କାର୍ଯ୍ୟକ୍ଷମ ହେବ ଇଣ୍ଟରନାଲ କମ୍ପ୍ଲେନ କମିଟି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ, ବିଶ୍ୱ ବିଦ୍ୟାଳୟରେ କମିଟି ଗଠନ ହେବ।

ବିଶ୍ୱବିଦ୍ୟାଳୟ ଓ ସବୁ କଲେଜରେ ଆକ୍ଟିଭ ଭାବେ କାର୍ଯ୍ୟକ୍ଷମ ହେବ ଇଣ୍ଟରନାଲ କମ୍ପ୍ଲେନ କମିଟି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ, ବିଶ୍ୱ ବିଦ୍ୟାଳୟରେ କମିଟି ଗଠନ ହେବ।

internal

ଭୁବନେଶ୍ବର: ବିଶ୍ୱବିଦ୍ୟାଳୟ ଓ ସବୁ କଲେଜରେ ଆକ୍ଟିଭ ଭାବେ କାର୍ଯ୍ୟକ୍ଷମ ହେବ ଇଣ୍ଟରନାଲ କମ୍ପ୍ଲେନ କମିଟି। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି, ଆସନ୍ତା ୩୦ ତାରିଖ ସୁଦ୍ଧା ସବୁ କଲେଜ, ବିଶ୍ୱ ବିଦ୍ୟାଳୟରେ କମିଟି ଗଠନ ହେବ। ଯେଉଁଠି ପୂର୍ବରୁ  କମିଟି ଅଛି, ତାହା ସକ୍ରିୟ ଭାବେ କାମ କରିବାକୁ ନିର୍ଦେଶ ରହିଛି। କେବଳ ଅଧ୍ୟାପକ, ଅଧ୍ୟାପିକା ନୁହେଁ ଛାତ୍ରଛାତ୍ରୀ ଅନ୍ୟ କର୍ମଚାରୀ ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପାଖେ କହିପାରିବେ। ଯାହା ଭବିଷ୍ୟତ ପାଇଁ ରେକର୍ଡ ହୋଇ ରହିବ। କେହି ଥାନା, ସରକାରଙ୍କ ବିଭାଗ ନ ଜାଣି କେହି ଯଦି ଅଭିଯୋଗ କରୁଛି, ତେବେ ତାହା ହୁଏତ ବିଳମ୍ବ ହେଉଛି। ତେଣୁ ବିଭାଗ ଆଗ ଜାଣିଲେ ତାହା ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ସ୍ପର୍ଶକାତର ଘଟଣା କମିବ। ଯେଉଁ ଘଟଣା ଲୁଚି ଯାଉଥିଲା ସେସବୁ ଉପରେ ଛାତ୍ରଛାତ୍ରୀ ନିର୍ଭୟରେ କମିଟି ଆଗରେ କହିପାରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe