ସାମ୍ବାଦିକ ସଙ୍ଘ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

Advertisment

ଟାଙ୍ଗୀବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ନିରାକାରପୁରସ୍ଥିତ ଅଗ୍ରଣୀ ଧର୍ମନୁଷ୍ଠାନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣସ୍ଥିତ ପାଠାଗାରଠାରେ ସଙ୍ଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି।

ଟାଙ୍ଗୀବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ନିରାକାରପୁରସ୍ଥିତ ଅଗ୍ରଣୀ ଧର୍ମନୁଷ୍ଠାନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣସ୍ଥିତ ପାଠାଗାରଠାରେ ସଙ୍ଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି।

Journalists observed labour day in Nirakarapur.

Journalists observed labour day in Nirakarapur. Photograph: (Sambad )

ନିରାକାରପୁର: ଟାଙ୍ଗୀବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ନିରାକାରପୁରସ୍ଥିତ ଅଗ୍ରଣୀ ଧର୍ମନୁଷ୍ଠାନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣସ୍ଥିତ ପାଠାଗାରଠାରେ ସଙ୍ଘର ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧାଜିଲ୍ଲା ବିଜେଡି ଉପସଭାପତି ବିପିନ କୁମାର ଜୟସିଂହ ଯୋଗଦେଇ ଊନବିଂଶ ଶତାବ୍ଦୀର  ଶେଷ ଭାଗରେ ନିଜ ହକ ପାଇଁ ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଏବଂ ଅକାଳରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନଙ୍କ ସଂଘର୍ଷକୁ ଏହି ଦିବସ ମନେ ପକାଇ ଦେଉଛି।

ଶ୍ରମିକର ଉନ୍ନତି ପାଇଁ ରାଜ୍ୟ ସରକାର ଯତ୍ନବାନ ହେବା ପାଇଁ ମତ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡ଼ ପୂର୍ଣଚନ୍ଦ୍ର ଦାଶ ଯୋଗଦେଇ ରାଜ୍ୟରେ ସମସ୍ତ  କୁଶଳୀ ଓ ଅଣ କୁଶଳୀ ଶ୍ରମିକମାନଙ୍କ ସମ୍ମାନ ଓ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସହଯୋଗ କରିବା, ଯାହାଦ୍ୱାରା ଏକ ଉନ୍ନତ ଓ ବିକଶିତ ଭାରତ ଗଠନ ହୋଇପାରିବ ବୋଲି ମତ ଦେଇଥିଲେ।

ସେହିପରି ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଡ଼ ଚନ୍ଦ୍ରଶେଖର ଦାଶ, ଶ୍ରୀରାମ ଦୟା ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ଯୋଗଦେଇ ରାଜ୍ୟରେ ଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ନିମନ୍ତେ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯିବା ନିମନ୍ତେ ସୁପରାମର୍ଶ ମାନ ଦେଇଥିଲେ। ଟାଙ୍ଗୀବ୍ଲକ ସାମ୍ବାଦିକ ସଙ୍ଘର ଉପସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। 

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କୁଶଳୀ କାରିଗର ସୁଶାନ୍ତ ସାହୁ ଓ ବିଜୟ କୁମାର ପରିଡ଼ାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ସଂଖ୍ୟାରେ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ସମେତ ଆଶାକର୍ମୀ, ମହିଳାଗୋଷ୍ଠୀ, ୱାର୍ଡସଭ୍ୟ, ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ, ସୁକାନ୍ତଜିତ ପଟ୍ଟନାୟକ, ମନୋଜ କୁମାର ନାଇଡୁ, ଦାମୋଦର ପ୍ରଧାନ, ପ୍ରକାଶ ଚନ୍ଦ୍ର ବଳିୟାରସିଂହ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ବାଲୁଙ୍କେଶ୍ୱର ବେହେରା, ଯୁବ ସଂଗଠକ ମନୋଜ କୁମାର ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାମ୍ବାଦିକ ହିମାଂଶୁ ଭୂଷଣ ଚମ୍ପତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Khordha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe