୩୬ ଘଣ୍ଟା ପରେ ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

Advertisment

ଭଦ୍ରକ ଜିଲ୍ଲାରେ ଲୋକମାନେ ସବୁବେଳେ ଭାଇଚାରାକୁ ସମ୍ମାନ ଦେଇ ସବୁ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିଛନ୍ତି। ଭଦ୍ରକର ସବୁ ଲୋକ ପ୍ରଶାସନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ପ୍ରଶାସନ ତରଫରୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି। 

ଭଦ୍ରକ ଜିଲ୍ଲାରେ ଲୋକମାନେ ସବୁବେଳେ ଭାଇଚାରାକୁ ସମ୍ମାନ ଦେଇ ସବୁ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିଛନ୍ତି। ଭଦ୍ରକର ସବୁ ଲୋକ ପ୍ରଶାସନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ପ୍ରଶାସନ ତରଫରୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି। 

Bhadrak collector press meet

Bhadrak collector press meet Photograph: (sambad.in)

ଭଦ୍ରକ: ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକ ଜିଲ୍ଲାର ଇଣ୍ଟରନେଟ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ପରେ ଇଣ୍ଟରନେଟ ସେବା ପୁଣି ଥରେ ପୂର୍ବଭଳି ସ୍ବାଭାବିକ ହୋଇଛି। 

ଜିଲ୍ଲାପାଳ କହିଛନ୍ତି, ଭଦ୍ରକ ହେଉଛି ଭାଇଚାରାର ଜିଲ୍ଲା। ଏ ଜିଲ୍ଲାରେ ଲୋକମାନେ ସବୁବେଳେ ଭାଇଚାରାକୁ ସମ୍ମାନ ଦେଇ ସବୁ କ୍ଷେତ୍ରରେ ପ୍ରଶାସନକୁ ସହଯୋଗ କରିଛନ୍ତି। ଗତକାଲିର ଘଟଣାରେ ଭଦ୍ରକର ସବୁ ଲୋକ ପ୍ରଶାସନକୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ  ସହଯୋଗ କରିଥିବାରୁ ସମସ୍ତଙ୍କୁ ପ୍ରଶାସନ ତରଫରୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି। 

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। 

ପ୍ରକାଶ ଥାଉକି, ତିହିଡି ବ୍ଲକର କଷଟି ଗ୍ରାମର ଗୋ ମାଫିଆଙ୍କ ଆକ୍ରମଣରେ ଗ୍ରାମର ସନ୍ତୋଷ ପରିଡ଼ା (୪୬)ଙ୍କର ଗତ ୧୧ ତାରିଖରେ ମୃତ୍ୟୁ ଘଟିବା ପରେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିଦିଆ ଯାଇଥିଲା। କେବଳ ସେତିକି ନୁହେଁ ସନ୍ତୋଷଙ୍କର ମୃତଦେହ ଭୁବନେଶ୍ୱରରୁ ଭଦ୍ରକ ଆସିବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ସହର ସମେତ ତିହିଡି ଓ ଧାମନଗର ବ୍ଲକରେ ୨୭ ପ୍ଲାଟୁନ ଫୋର୍ସ ଓ ୫୦ରୁ ଊର୍ଦ୍ଧ୍ବ ପୁଲିସ ଅଫିସର ମୁତୟନ କରାଯାଇଥିଲା।

ବାଲେଶ୍ବର ଆଇଜି, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି ଏହି ଘଟଣା ଉପରେ ତୀକ୍ଷ୍ମ ନଜର ରଖିବା ସହ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ସମ୍ମାନ କରି  ଭଦ୍ରକରେ ଶାନ୍ତି ଫେରାଇ ଆଣିବାରେ ସହଯୋଗ କରିଥିଲେ। ଭଦ୍ରକ ଜନସାଧାରଣ ମଧ୍ୟ ପୁଲିସ ଓ ପ୍ରଶାସନକୁ ସହଯୋଗ କରିଥିଲେ। ଆଜି ଭଦ୍ରକର ସ୍ଥିତି ସ୍ବଭାବିକ ରହିଛି। ଭଦ୍ରକ ସହର ଓ ତିହିଡ଼ି ଅଞ୍ଚଳରେ ଏବେ ମଧ୍ୟ ପୁଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭଦ୍ରକରେ ରାତ୍ରି ପାଟ୍ରୋଲିଁକୁ ଅଧିକ କଡ଼ାକଡ଼ି କରାଯାଇଥିବା ନେଇ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe