ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ନେଇ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ର ତଦନ୍ତ

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ସିଡିଏମ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଡାକ୍ତର ହରମୋହନ ପଣ୍ଡା ଡାକ୍ତରଖାନାରେ ପହଂଚି ଛାନଭିନ୍ କରିଛନ୍ତି।

hospital

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଶନିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ସିଡିଏମ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଡାକ୍ତର ହରମୋହନ ପଣ୍ଡା ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପହଂଚି ଛାନଭିନ୍ କରିଛନ୍ତି। ଏହି ଘଟଣାରେ ଯେଉଁମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ରୋଗୀ ଅଭିଯୋଗ ଅନୁସାରେ ମୃତ ଡି.ଜଗାରାଓ ପାତ୍ରଙ୍କ ପୁଅ ଡି.ରାଜାରାଓ ପାତ୍ରଙ୍କୁ ଗତ ୨ ତାରିଖରେ ଘଟଣା ସଂପର୍କରେ ପଚାରି ବୁଝିଥିଲେ। 

ଡାକ୍ତର ଜଣକ ପ୍ରଥମେ ଇସିଜି ଓ ରକ୍ତଚାପ ପରୀକ୍ଷା କରିବାକୁ କହିଥିଲେ। ଏହି ରିର୍ପୋଟ ଆସିଲେ ଚିକିତ୍ସା କରାଯିବ ବୋଲି ଡାକ୍ତର କହିବା ସହ ଅନ୍ୟ କିଛି ଚିକିତ୍ସା କରିନଥିଲେ କି କୌଣସି ଔଷଧ କିମ୍ବା ଇଞ୍ଜେକ୍ସନ୍ ଦେଇନଥିଲେ। ଉକ୍ତ ସମୟରେ ରୋଗୀ ଡି.ଜଗାରାଓ ପାତ୍ରଙ୍କ ଛାତିରେ ଅଧିକ ଯନ୍ତ୍ରଣା ହୋଇଥିଲେ ବି କେବଳ ରକ୍ତଚାପ ପରୀକ୍ଷା ଛଡା ଆଉ କିଛି ଚିକିତ୍ସା କରାଯାଇନଥିଲା। ଇସିଜିରେ ନିୟୋଜିତ କର୍ମଚାରୀ ଜଣକ ଆସିନଥିଲେ। ତାଙ୍କୁ ଫୋନ ମଧ୍ୟ କରାଯାଇଥିଲା ସେ ବସ୍‌ରେ ଆସୁଥିବା କହୁଥିବାରୁ ଡି.ରାଜାରାଓ ପାତ୍ର ପୂର୍ବାହ୍ନ ୧୦ଟା ୫୭ ମିନିଟ୍‌ରେ ତାଙ୍କୁ ଆଣିବା ପାଇଁ ବସଷ୍ଟାଣ୍ଡ ଯାଇଥିଲେ।

ଏହି ସମୟରେ ଡି.ଜଗାରାଓ ପାତ୍ର ଅବସ୍ଥା ଗୁରୁତର ହୋଇପଡିଥିଲା। ୧୧.୦୫ରେ ଇସିଜି କଡାଯାଇଥିଲା ସେତେବେଳକୁ ବହୁ ଡେରି ହୋଇଯାଇଥିଲା ଯାହାକି ମୃତ୍ୟୁ ହୋଇଥିଲା ବୋଲି ପୁଅ ଡି.ରାଜାରାଓ ପାତ୍ର ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ। ପରେ ସେହିଦିନର ନିୟୋଜିତ ଡାକ୍ତର, ଇସିଜି କର୍ମଚାରୀ, ମେଡିକାଲ କର୍ମଚାରୀମାନଙ୍କୁ ଘଟଣା ସଂପର୍କରେ ପଚାରି ବୁଝିବା ସହ କଣ କଣ ସବୁ ଔଷଧ ପ୍ରଦାନ କରାଯାଇଛି ରେଜିଷ୍ଟର ଯାଂଚ କରିବା ସହ ମେଡିକାଲ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। କେଉଁ ଅବହେଳା ପାଇଁ ଏହି ଘଟଣା ଘଟିଲା ତାହାର ଏକ ତଦନ୍ତ କରାଯାଇଛି। କାର୍ଯ୍ୟରେ ଥିବା ଡାକ୍ତର ନା ଇସିଜି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ନା ଆଉ କଣ ରହିଛି ତାହାରି ତଦନ୍ତ କରି ଏକ ରିର୍ପୋଟ ପ୍ରସ୍ତୁତ କରାଯାଇଛି। ଏହାର ରିର୍ପୋଟ ସିଡିଏମଓଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। 

chhatrapur hospital

ଗତ ୨ ତାରିଖରେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ସକାଳ ୮ଟା ୩୦ରେ ଛତ୍ରପୁର ମେଡିକାଲ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଇସିଜି ଓ ବିପି ଟେଷ୍ଟ କରିବାକୁ କହିଥିଲେ।

ସୂଚନାଥାଉକି, ଗତ ୨ ତାରିଖରେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ସକାଳ ୮ଟା ୩୦ରେ ଛତ୍ରପୁର ମେଡିକାଲ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ଇସିଜି ଓ ବିପି ଟେଷ୍ଟ କରିବାକୁ କହିଥିଲେ। ଇସିଜିରେ ନିୟୋଜିତ କର୍ମଚାରୀ ଜଣକ ଆସିନଥିବାରୁ ତାଙ୍କୁ ବହୁ ସମୟ ପ୍ରର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଏପରିକି ରୋଗୀଙ୍କ ଛାତିରେ ଯନ୍ତ୍ରଣା ଅଧିକ ହେଉଥିବା ବେଳେ ଡାକ୍ତର ତାଙ୍କୁ ଚିକିତ୍ସା କରିନଥିଲେ ଇସିଜି କରିବା ପରେ ରିର୍ପୋଟକୁ ଆଧାର କରି ତାଙ୍କରି ଚିକିତ୍ସା କରାଯିବ ବୋଲି ପରିବାର ସଦସ୍ୟକୁ କହିଥିଲେ। ଶେଷରେ ସଠିକ ଚିକିତ୍ସା ପାଇବାରୁ ବଂଚିତ ହୋଇ ଡି.ଜଗାରାଓ ପାତ୍ର ସେଠାରେ ଢଳି ପଡିଥିଲେ। ଏନେଇ ପରିବାର ସଦସ୍ୟ ଓ ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍‌.ସଞ୍ଜିବ ରେଡି ଡାକ୍ତରଙ୍କ ଅବହେଳା ଓ ଇସିଜି କର୍ମଚାରୀଙ୍କୁ ଦାୟୀ କରିବା ସହ ଦୃଢକାର୍ଯ୍ୟନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe