Vigilance Investigation ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ

Advertisment

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ ଥିବା ସର୍ବପୁରାତନ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇVigilance ତଦନ୍ତ ଆରମ୍ଭ ହୋଇଛି।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ ଥିବା ସର୍ବପୁରାତନ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇVigilance ତଦନ୍ତ ଆରମ୍ଭ ହୋଇଛି।

Untitled

investigation by vigilance starts at paralakhemundi Photograph: (sambad.in)

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ ଥିବା ସର୍ବପୁରାତନ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ଭିଜିଲାନ୍ସ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୌମ୍ୟ ପଣ୍ଡାଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ପଟ୍ଟନାୟକ ବନ୍ଧରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ।

ପଟ୍ଟନାୟକ ବନ୍ଧର ପାରିପାର୍ଶ୍ବିକ ପରିସ୍ଥିତି ଦେଖି କ୍ଷୁବ୍ଧ ହୋଇଥିବା ବେଳେ ସମସ୍ତ ପରିସରକୁ ସଫା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଧ ମଧ୍ୟ ଭାଗରେ ଅନାବନା ଘାସ ଲତା ବାହାରିଥିବା ବେଳେ ଏହାର ପରିସର କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି । ବନ୍ଧମଧ୍ୟରେ ପାଣିର ଚିହ୍ନବର୍ଣ୍ଣ ନଥିବା ବେଳେ ପୂତ୍ତିମୟ ଗନ୍ଧରେ ନାକଫାଟିପଡୁଛି । ଏପରି ପରିସ୍ଥିତି ଦେଖି ଭିଜିଲାନ୍ସ ଟିମ୍ ଅସନ୍ତୋଷ ପ୍ରକଟ କରି ଥିଲେ । ଯାହାକୁ ନେଇ ଉପସ୍ଥିତ ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ପୌରଯନ୍ତ୍ରୀ ସଞ୍ଜିବ କୁମାର ଚମ୍ପତ୍ତି ସଫେଇ ପାଇଁ ୭ ଦିନ ମହଲତ ମାଗିଥିଲେ । ତେବେ ଭିଜିଲାନ୍ସ ଟିମ୍ ବନ୍ଧର କେତେକ ପାର୍ଶ୍ବର ନିରୀକ୍ଷଣ କରି ମାପଚୂପ କରିଥିବାର ଦେଖିବାକୁ ମିଳିଥିଲା । ବନ୍ଧ ପରିସର ସଫେଇ ହେବା ପରେ ପୁଣି ଏହି ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି ।

ମିଥ୍ୟା ବିଲ୍ ଦାଖଲ କରାଯାଇ ହରିଲୁଟ୍ 

ଅନ୍ୟ ପକ୍ଷରେ ପଟ୍ଟନାୟକ ବନ୍ଧର ମୋଟ ୩ ଏକର ୩୬୫ ଡେସିମେଲ୍ ପରିଧିରେ ରହିଥିଲା । ତାହା କାଳକ୍ରମେ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଇ କେବଳ ଜଳ ରହଣୀସ୍ଥଳ ହିଁ ବଳକା ଅଛି । ତେବେ ବନ୍ଧର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ୨୦୦୯ ମସିହାରୁ ଅଦ୍ୟାବଧି ବିଭିନ୍ନ ଯୋଜନାରେ ଯଥା କ୍ରମେ ୧ କୋଟି ୮୬ ଲକ୍ଷ ୫ ହଜାର ଓ ୨୫ ଲକ୍ଷ ଟଙ୍କା ଏପରି ଭାବେ ମୋଟ ୨ କୋଟି ୧୧ ଲକ୍ଷ ୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହି ଟଙ୍କାରେ ବନ୍ଧର ପୁନରୁଦ୍ଧାର, ଗାଧୁଆ ତୁଠ, ପଙ୍କଉଦ୍ଧାର, ରିଟର୍ଣ୍ଣିଂ ୱାଲ୍, କଂକ୍ରିଟ୍ ବ୍ଲକ ପିଚିଂ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଥିଲା । ପୁନରୁଉଦ୍ଧାର ନାମରେ ଯେବେ ଠାରୁ କାମ ଆରମ୍ଭ ହେଲା ସେବେ ଠାରୁ ଏହାର ପତନ ମଧ୍ୟ ଆରମ୍ଭ ହେଲା । ପର୍ଯ୍ୟାୟ କ୍ରମେ ସରକାର ଅର୍ଥ ମଞ୍ଜୁର କରି ଚାଲିଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ କାମ ସମାପନ ହୋଇପାରିଲା ନାହିଁ । ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅର୍ଥ ବ୍ୟାପକ ହେରଫେର ହୋଇଥିବା ଏବଂ କେବଳ କାଗଜ କଲମରେ କାର୍ଯ୍ୟ ସମାପନ ହୋଇଥିବା ବେଳେ ପ୍ରକୃତପକ୍ଷେ ପଟ୍ଟନାୟକ ବନ୍ଧଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ଠିକାଦାର ଓ ପୌରକର୍ତ୍ତୃପକ୍ଷଙ୍କ ମଧୂଚନ୍ଦ୍ରିକାରେ ସରକାରୀ ଅର୍ଥକୁ ଦୁରୁପଯୋଗ କରାଯିବା ସହ ମିଥ୍ୟା ବିଲ୍ ଦାଖଲ କରାଯାଇ ହରିଲୁଟ୍ କରାଯାଇଛି ବୋଲି ପାରଳାଖେମୁଣ୍ଡି ନିବାସୀ ପ୍ରନୋଜ କୁମାର ପଟ୍ଟନାୟକ ଗତ କିଛି ମାସ ପୂର୍ବେ ଗଜପତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅର୍ଥ ହଡପକାରୀ ମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ ରୁ ହଡପ ଅର୍ଥ ଆଦାୟ କରିବାକୁ ଦାବୀ କରିଥିଲେ । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଜଣିଆ ଟିମ୍ ପାରଳାଖେମୁଣ୍ଡି ସମ୍ପୃକ୍ତ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିଛନ୍ତି। 

ଆହୁରି ପଢ଼ନ୍ତୁ: Bike Accident Death କୋକସରାରେ ବାଇକ ଦୁର୍ଘଟଣା, ଚାଲିଗଲା ୨ ଯୁବକଙ୍କ ଜୀବନ

ଉଭୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଅଧାପନ୍ତରିଆ ଭାବେ ବର୍ଷ ବର୍ଷ ଧରି ପଡ଼ି ରହିବା ଫଳରେ ଅର୍ଥ ଅପଚୟ ସାର ହୋଇଛି, ତେବେ ଏଥିପାଇଁ ଦାୟୀ କିଏ, କେଉଁଠି ତୃଟି ରହୁଛି, ଯେଉଁ କାରଣରୁ ଯୋଜନାର ଲକ୍ଷ୍ୟ ବିଚ୍ୟୁତ ହେଉଛି, ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏଠି ନିର୍ମାଣକାରୀ ସଂସ୍ଥା ତଥା ନିର୍ବାହୀ ବିଭାଗର କାର୍ଯ୍ୟ ଶୈଳୀକୁ ନେଇ ଏଭଳି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe