ଜଳ ବିଭାଜିକାରେ ଭିଜିଲାନସ୍ ଚଢ଼ାଉ ଘଟଣା: କ୍ଷେତ୍ର ପରିଦର୍ଶନ କଲେ ଟିମ୍‌

ମାଲକାନଗିର ଜଳ ବିଭାଜିକାର ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘରୁ ନଗଦ ୨ କୋଟି ଟଂକା ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ଠାରୁ ୯ ହଜାର ଟଂକା ସହ ୪୧୧ ଗ୍ରାମ ସୁନା ଜବତ କରାଯାଇଥିଲା।

vigilance team at field varification

vigilance team at field verification Photograph: (Sambad )

ମାଲକାନଗିରି: ଗତ ୫ ତାରିଖରେ ମାଲକାନଗିରି ଜଳ ବିଭାଜିକାର ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ସମେତ ଅନ୍ୟ ଚାରି ଜଣଙ୍କ ଘରେ ହଠାତ୍ ଭୋରୁ ଭିଜିଲାନସ ଟିମ ଚଢ଼ାଉ କରିଥିଲା। ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘରୁ ନଗଦ ୨ କୋଟି ଟଂକା ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ଠାରୁ ୯ ହଜାର ଟଂକା ସହ ୪୧୧ ଗ୍ରାମ ସୁନା ଜବତ କରାଯାଇଥିଲା। ଏଥିସହ ଦାମୀ ପ୍ଲଟ, କୋଠାଘର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମ୍ବାଦରେ ଜଳ ବିଭାଜିକାରେ ହୋଇଥିବା

ଦୁର୍ନୀତି ସଂପର୍କରେ ଲଗାତାର ପ୍ରକାଶ ପାଇବା ପରେ ଭିଜିଲାନସ ଟିମ ଗତ ଦୁଇ ଦିନ ଧରି କ୍ଷେତ୍ର ପରିଦର୍ଶନ କରି ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ଯାଉଛି। ୨ ଜଣ ଡିଏସପି ଏବଂ ଜଣେ ଇନସପେକ୍ଟର ସହ ୧୨ ଜଣିଆ ଏକ ଭିଜିଲାନସ ଟିମ ମାଲକାନଗିରି ଜିଲ୍ଲାର ପଡିଆ, ମାଲକାନଗିରି, ଚିତ୍ରକୋଣ୍ଡା ଏବଂ କୋରକୋଣ୍ଡା ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।

ଭିଜିଲାନସ ଟିମ୍‌ କ୍ଷେତ୍ର ପରିଦର୍ଶନ କରିବା ବେଳେ ୧୦ ହେକ୍ଟର ଜମିରେ ଲଗାଯାଇଥିବା କାଜୁ ଗଛଗୁଡ଼ିକର ତଦାରଖ କରିଥିଲେ। ୧୦ ହେକ୍ଟର ଜମିରେ ପ୍ରାୟ ୨ ହଜାର କାଜୁ ଗଛ ଲାଗିବା କଥା କିନ୍ତୁ ଗୋଟିଏ କିମ୍ବା ଦୁଇଟି କାଜୁ ଗଛକୁ ଛାଡ଼ି ଦେବେ କ୍ଷେତ୍ର ସଂପୂର୍ଣ୍ଣ ପଡିଆ ପଡ଼ିଛି। ୧୦ ହେକ୍ଟର ଜମି ପାଇଁ ସାଢେ ୧୮ ଲକ୍ଷ ଟଂକା ଖର୍ଚ୍ଚ କରାଯାଇଛି।

ଭିଜିଲାନସ ଟିମ୍‌ ଯେଉଁଠି ଯାଉଥିଲେ ସେଠାରେ କାଜୁ ଗଛ ନଥିବା ଦେଖିବାକୁ ପାଇଥିଲେ। ଏଥିସହ ପୋଖରୀ କଥା ନକହିବା ଭଲ। କିଛି ଗାତ ଖୋଳି ହିତାଧିକାରୀଙ୍କୁ କିଛି ଟଂକା ଦେଇ ଲକ୍ଷାଧିକ ଟଂକା ବାଟମାରଣା କରାଯାଇଥିବା ଜଳ ଜଳ ଦିଶୁଥିଲା। ଜିଲ୍ଲାର ସାତୋଟି ଯାକ ବ୍ଲକରେ ଏଭଳି ଅବସ୍ଥା ରହିଛି। କାଁ ଭାଁ ଗଛ କିପରି ବର୍ତ୍ତି ଯାଇ ପଡିଆରେ ଠିଆ ହୋଇଥିବା ଦେଖେ ଭିଜିଲାନସ ଟିମ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଗଛ ବଞ୍ଚିଲା ଅନ୍ୟ ଗଛ କାହିଁକି ବଂଚିଲା ନାହିଁ ବୋଲି ଆଲୋଚନା ହେଉଥିଲା। କେବଳ କାଗଜ କଲମରେ ପୋଖରୀ ଖନନ ଏବଂ ବୃକ୍ଷରୋପଣ କରାଯାଇ ଟଂକା ଆତ୍ମସାତ କରାଯାଉଥିଲା। ଭିଜିଲାନସ ଟିମ ସମସ୍ତ କ୍ଷେତ୍ର ପରିଦର୍ଶନ ପରେ ରିପୋର୍ଟ ତିଆରି କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe