ମେଜର-ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା: ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ କରିବେ କମିସନ

ଭରତପୁର ଥାନା ଅଂଚଳରେ ଗତବର୍ଷ ସେନାର ଜଣେ ମେଜର ଓ ତାଙ୍କର ବାନ୍ଧବୀଙ୍କ ଉପରେ ହୋଇଥିବା ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ ‌ଶେଷ ହୋଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ କମିସନର ତଦନ୍ତ ଶେଷ କରିଛନ୍ତି।

Bharatpur Police Station

Bharatpur Police Station Photograph: (sambad.in)

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନା ଅଂଚଳରେ ଗତବର୍ଷ ସେନାର ଜଣେ ମେଜର ଓ ତାଙ୍କର ବାନ୍ଧବୀଙ୍କ ଉପରେ ହୋଇଥିବା ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ ‌ଶେଷ ହୋଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ କମିସନର ତଦନ୍ତ ଶେଷ କରିଛନ୍ତି। ସ୍ୱତନ୍ତ୍ର ତଦନ୍ତ କମିସନ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଘାଟଣା ଘଟିବା ପରେ ରାଜ୍ୟ ସରକାର  ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ଗଠନ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି କରାଯାଇଥିଲା। ଘଟଣା ସମ୍ପର୍କରେ ନିଜ ମତାମତ ସତ୍ୟପାଠ ମାଧ୍ୟମରେ  ଦେବା ପାଇଁ କମିସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ୫୦୦ରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ ନିକଟରେ ହସ୍ତଗତ ହୋଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତ ଲୋକଙ୍କ ବୟାନ ରେକର୍ଡ କରିଥିଲା କମିସନ। ସମସ୍ତ ସାକ୍ଷୀ ପ୍ରମାଣ ଓ ସତ୍ୟପାଠ  ଯାଞ୍ଚ କରିବା ପରେ ତଦନ୍ତ ଶେଷ କରିଛି ଜଷ୍ଟି୍ସ ଚିତ୍ତ ରଞ୍ଜନ ଦାସ କମିସନ।

ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିସନ ସଚିବ ଶୁଭେନ୍ଦ୍ର ମହାନ୍ତି କହିଛନ୍ତି, ଭରତପୁର ଥାନା ଅଞ୍ଚଳରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ। କମିସନ ଫେବ୍ରୁଆରି ୨୮ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବେ। କମିସନଙ୍କ ଅବଧି ଜାନୁଆରି ୩୧ ଯାଏ ଧାର୍ଯ୍ୟ ଥିଲା।  ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ ପୁଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା। ମେଜରଙ୍କ ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ। କମିସନଙ୍କ ନିକଟରେ ଆଉ ସମୟ ନଥିବାରୁ ତଦନ୍ତକୁ ଶେଷ କରିଛନ୍ତି କମିସନ। 

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ରାତିରେ ଭରତପୁର ଥାନା ଅଂଚଳରେ ସେନାର ମେଜର ଓ ତାଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଅଭିଯୋଗ ପାଇଁ ଉଭୟ ଥାନାରେ ଥାନାରେ ପହଞ୍ଚିଲା ପରେ ପୁଲିସ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲା। ପରେ ଏହାକୁ ନେଇ ସରକାର  ତଦନ୍ତ କମିସନ ବସାଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe