ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୩,୮୯୮.୫୪ କୋଟିର ନିବେଶକୁ ଅନୁମୋଦନ

ରାଜ୍ୟ ସରକାର ରାଜ୍ୟର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟି ଟଙ୍କାର ନୂତନ ନିବେଶକୁ ଅନୁମୋଦନ କରିଛନ୍ତି।

mohan

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟି ଟଙ୍କାର ନୂତନ ନିବେଶକୁ ଅନୁମୋଦନ କରିଛନ୍ତି, ଯାହା ରାଜ୍ୟର ୧୧ଟି ଜିଲ୍ଲାରେ ୭,୪୬୪ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ନିବେଶ ପ୍ରକଳ୍ପଗୁଡ଼ିକ ରାଜ୍ୟର ଅନୁଗୁଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବ।

ଏହି ନିବେଶ ଅନୁମୋଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତିକୁ ନୂତନ ଦିଗନ୍ତ ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ସହ ସ୍ଥାନୀୟ ଜନଗଣଙ୍କ ଜୀବନଧାରଣରେ ଉନ୍ନତି ଆଣିବ। 

ଶିଳ୍ପ ବିଭାଗର ଅଧିକାରୀଙ୍କ ମତରେ, ଏହି ନିବେଶ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାରେ ସହାୟକ ହେବ। ଏହା ସହ ରାଜ୍ୟ ସରକାରଙ୍କର ବିଜନେସ୍-ଫ୍ରେଣ୍ଡଲି ନୀତି ଏବଂ ସହଜ ପ୍ରକ୍ରିୟା ମଧ୍ୟ ବିଦେଶୀ ତଥା ଘରୋଇ ନିବେଶକମାନଙ୍କୁ ଆକର୍ଷିତ କରୁଛି।  ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ଉଚ୍ଚତା ଆଡ଼କୁ ନେଇଯିବ ବୋଲି ଆଶା କରାଯାଉଛି।

 CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe