ସପ୍ତାହକୁ ୩ ଦିନ ଉଡ଼ିବନି ବିମାନ! ନିୟମିତ ବିମାନସେବା ଏଠି ସାତସପନ

Advertisment

ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ଯୋଗୁଁ, ବିମାନସେବା ଏବେ ପ୍ରହସନ ପାଲଟିଲାଣି। ବର୍ତ୍ତମାନ ବିମାନ ରାଉରକେଲାରୁ ସପ୍ତାହକୁ କେବଳ ୪ ଦିନ, ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଉଡ଼ିବ। ଅନ୍ୟ ତିନି ଦିନ ମଙ୍ଗଳବାର, ଗୁରୁବାର, ଶନିବାର ସେବା ବନ୍ଦ ରହିବ।

ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ଯୋଗୁଁ, ବିମାନସେବା ଏବେ ପ୍ରହସନ ପାଲଟିଲାଣି। ବର୍ତ୍ତମାନ ବିମାନ ରାଉରକେଲାରୁ ସପ୍ତାହକୁ କେବଳ ୪ ଦିନ, ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଉଡ଼ିବ। ଅନ୍ୟ ତିନି ଦିନ ମଙ୍ଗଳବାର, ଗୁରୁବାର, ଶନିବାର ସେବା ବନ୍ଦ ରହିବ।

kl
ରାଉରକେଲା: ରାଉରକେଲାରେ ବିମାନସେବା ନିମ୍ନଗାମୀ ହେବାରେ ଲାଗିଛି। ଆଲିଆନ୍ସ ଏୟାର୍‌ର କ୍ରମାଗତ ଅବହେଳା ଯୋଗୁଁ, ବିମାନସେବା ଏବେ ପ୍ରହସନ ପାଲଟିଲାଣି। କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ସେବା ବନ୍ଦ ହେଉଛି ତ ପୁଣି କେତେବେଳେ ମରାମତି କାରଣ ଦର୍ଶାଇ ବନ୍ଦ କରିଦିଆଯାଉଛି। ଏବେ ବିମାନ ଅଭାବ ଯୋଗୁଁ ରାଉରକେଲା-ଭୁବନେଶ୍ବର ବିମାନ ଉଡ଼ାଣକୁ ୩ ଦିନ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ବିମାନ ରାଉରକେଲାରୁ ସପ୍ତାହକୁ କେବଳ ୪ ଦିନ, ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଉଡ଼ିବ। ଅନ୍ୟ ତିନି ଦିନ ମଙ୍ଗଳବାର, ଗୁରୁବାର, ଶନିବାର ସେବା ବନ୍ଦ ରହିବ। ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଏହି ଅବ୍ୟବସ୍ଥା ବଳବତ୍ତର ରହିବାନେଇ ସଦ୍ୟ ପ୍ରକାଶିତ ବିମାନଉଡ଼ାଣ ସୂଚୀରୁ ସ୍ପଷ୍ଟ ହୁଏ।ଆଲିଆନ୍ସ ଏୟାର୍‌ ପାଖରେ ପର୍ଯ୍ୟାପ୍ତସଂଖ୍ୟକ ବିମାନର ଅଭାବ ଯୋଗୁଁ ଏହି ସମସ୍ୟା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି।

ବର୍ତ୍ତମାନ ବିମାନ ରାଉରକେଲାରୁ ସପ୍ତାହକୁ କେବଳ ୪ ଦିନ, ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଉଡ଼ିବ। ଅନ୍ୟ ତିନି ଦିନ ମଙ୍ଗଳବାର, ଗୁରୁବାର, ଶନିବାର ସେବା ବନ୍ଦ ରହିବ। ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଏହି ଅବ୍ୟବସ୍ଥା ବଳବତ୍ତର ରହିବାନେଇ ସଦ୍ୟ ପ୍ରକାଶିତ ବିମାନଉଡ଼ାଣ ସୂଚୀରୁ ସ୍ପଷ୍ଟ ହୁଏ।ଆଲିଆନ୍ସ ଏୟାର୍‌ ପାଖରେ ପର୍ଯ୍ୟାପ୍ତସଂଖ୍ୟକ ବିମାନର ଅଭାବ ଯୋଗୁଁ ଏହି ସମସ୍ୟା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୯ ତାରିଖରୁ କୋଲକାତା-ରାଉରକେଲା-ଭୁବନେଶ୍ବର-ରାଉରକେଲା-କୋଲକାତା ବିମାନ ସେବା ବନ୍ଦ ହୋଇଯାଇଥିଲା। ଅକ୍ଟୋବର ୮ ତାରିଖରେ ବିମାନ କୋଲକାତାରୁ ରାଉରକେଲାଦେଇ ଭୁବନେଶ୍ବରରେ ପହଞ୍ଚି ସେଠାରୁ ପୁଣି ରାଉରକେଲା ଆସିଥିଲା। ତେବେ ଉକ୍ତ ବିମାନଟି ରାଉରକେଲାରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ଅବତରଣବେଳେ ବିମାନର ବାମ ପାର୍ଶ୍ବ ଚକ ଗୋଟିଏ ପାଖକୁ ଟାଣିବାରୁ ଘସି ହୋଇ ସାମାନ୍ୟ କ୍ଷତି ହୋଇଥିଲା। ଫଳରେ ଉକ୍ତ ଦିନ ବିମାନ ଆଉ ରାଉରକେଲା ଦେଇ କୋଲକାତାକୁ ଫେରିପାରିନଥିଲା। ମରାମତି ପରେ କିଛି ଦିନ ପୁଣି ବିମାନ ଉଡ଼ିଥିଲା। ତେବେ ଗତ ୧୩ ତାରିଖରୁ ପୁଣି ସେବା ବନ୍ଦ ହୋଇଯାଇଥିଲା। ନଭେମ୍ବର ୩୦ ତାରିଖ ସୁଦ୍ଧା ବିମାନଉଡ଼ାଣ ସ୍ବାଭାବିକ ହେବାନେଇ କହାଯାଉଥିଲା। ଏବେ କିନ୍ତୁ ୧୫ ତାରିଖଯାଏ ବନ୍ଦ ରହିଛି।
ଆଲିଆନ୍ସ ଏୟାର୍‌ର ମନମାନି ଯୋଗୁଁ ଯାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୂର୍ବରୁ ଏକାଧିକବାର ଭାରତୀୟ ବିମାନବନ୍ଦର ପ୍ରାଧିକରଣକୁ ସହରର ବିଭିନ୍ନ ସଂଗଠନ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ଆଲିଆନ୍ସ ପରିବର୍ତ୍ତେ ଅନ୍ୟ ସଂସ୍ଥାକୁ ପରିଚାଳନାଭାନ ନ୍ୟସ୍ତ କରିବାକୁ ଦୃଢ଼ ଦାବି କରିଥିଲେ। କିନ୍ତୁ ଏଯାଏ ସ୍ଥିତିରେ ସୁଧାର ଆସୁନି, ଯଦ୍ବାରା ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe