ଖୋଲୁନି କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ: ଆସୁ ନାହନ୍ତି କର୍ମଚାରୀ

Advertisment

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଠାରେ ଅବସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟର ପାରିପାଶ୍ୱିକ ସ୍ଥିତିରୁ ଜଣାଯାଉଛି ଯେ ଦୀର୍ଘ ମାସ ହେବ ଏହି କାର୍ଯ୍ୟାଳୟ ଖୋଲାଯାଇନାହିଁ।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଠାରେ ଅବସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟର ପାରିପାଶ୍ୱିକ ସ୍ଥିତିରୁ ଜଣାଯାଉଛି ଯେ ଦୀର୍ଘ ମାସ ହେବ ଏହି କାର୍ଯ୍ୟାଳୟ ଖୋଲାଯାଇନାହିଁ।

Bisamkatak

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଠାରେ ଅବସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ତାଲା ଝୁଲୁ ଥିବାର ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟର ପାରିପାଶ୍ୱିକ ସ୍ଥିତିରୁ ଜଣାଯାଉଛି ଯେ ଦୀର୍ଘ ମାସ ହେବ ଏହି କାର୍ଯ୍ୟାଳୟ ଖୋଲାଯାଇନାହିଁ। କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଶିଉଳି ସାଙ୍ଗକୁ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ବେଳେ ବାରଣ୍ଡାରେ ଧୁଳି ଜମିକି ରହିଛି। 

ବିଷମକଟକ ବ୍ଲକରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ କାଙ୍କୁବାଡ଼ି ଡ୍ୟାମ୍‌, ଚାଟିକୋଣା ଉପର ଗଦଗଦା, ତଳ ଗଦଗଦା, କାଣିଯୋଡ଼ି ଡ୍ୟାମ୍‌, କୁନ୍ଦନପଦର ଡ୍ୟାମ୍‌ ରହିଥିବା ବେଳେ ଚାଷଜମିକୁ ଜଳ ଯୋଗାଣ ନିମନ୍ତେ କେନାଲ ନିର୍ମାଣ କାଯ୍ୟ ନିର୍ମାଣ ଏବଂ ତଦାରଖ କରିବା ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଦୁଇ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବା ସହ ବିଷମକଟକ ସଦର ଠାରେ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି। ହେଲେ ଏହି କାର୍ଯ୍ୟାଳୟରେ ତାଲା ଝୁଲୁଛି।

କାର୍ଯ୍ୟାଳୟ ବନ୍ଦ ରହିଥିବା ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବିଜୟ କୁମାର ପରିଡାଙ୍କ ସହ ଯୋଗାଯୋଗ କରିବା ପରେ ଜଣାଯାଇଛି ଯେ, ବିଷମକଟକ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ଜଣେ ଯନ୍ତ୍ରୀ ବିଷମକଟକ ଯନ୍ତ୍ରୀ ସାଙ୍ଗକୁ ଗୁଣପୁର ସହକାରୀ ଯନ୍ତ୍ରୀଙ୍କ ଦାୟୀତ୍ୱ ତୁଲାଉଛନ୍ତି। ଅନ୍ୟ ଜଣେ ମୁନିଗୁଡାର ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। ଦୁଇ ଜଣ ଯନ୍ତ୍ରୀଙ୍କ ବ୍ୟତୀତ କାର୍ଯ୍ୟାଳୟରେ ଆଉ କୌଣସି କର୍ମଚାରୀ ନିଯୁକ୍ତି ହୋଇନଥିବାରୁ କାର୍ଯ୍ୟାଳୟଟି ନିୟମିତ ଖୋଲାଯାଉନାହିଁ ବୋଲି ପ୍ରକାଶ କରିଛନ୍ତି।

କାର୍ଯ୍ୟାଳୟରେ ମାସାଧିକ କାଳ ତାଲା ଝୁଲୁଥିବା ବେଳେ ଚାଷି ବିଲକୁ କେନାଲ ପାଣି କିପରି ପହଁଚୁ ଥିବ ଏବଂ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ କିପରି ହେଉଥିବା  ତାହା ସ୍ୱଷ୍ଠ ବାରି ହେଉଛି। କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ସାଙ୍ଗକୁ କାର୍ଯ୍ୟାଳୟ ନିୟମିତ ଖୋଲିବା ନିମନ୍ତେ ସାଧାରଣରେ ଦାବି ହେଉଛି।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe