ମହାନଦୀର ଉପର ମୁଣ୍ଡରେ ଲାଗି ରହିଛି ବର୍ଷା, ତଳ ମୁଣ୍ଡରେ ବନ୍ୟା ଭୟ!

କ୍ରମାଗତ ୩ ମାସ ଧରି ମହାନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ରାଜ୍ୟରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଏଥିଲାଗି ଜଳ ନିଷ୍କାସନ ଜନିତ ସମସ୍ୟା ଉପୁଜି ପାରେ। ଉପର ମୁଣ୍ଡାରେ ବର୍ଷା ହେଉଥିଲେ ବି ତଳ ମୁଣ୍ଡରେ ବନ୍ୟା ଭୟ ନାହିଁ।

New Project

ଭୁବନେଶ୍ବର: କ୍ରମାଗତ ୩ ମାସ ଧରି ମହାନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି। ରାଜ୍ୟରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଏଥିଲାଗି ଜଳ ନିଷ୍କାସନ ଜନିତ ସମସ୍ୟା ଉପୁଜି ପାରେ। କିନ୍ତୁ ଏଯାଏ ସେଭଳି ଆଶଙ୍କା ଉପୁଜିନଥିବା କୁହାଯାଉଛି। ଉପରମୁଣ୍ଡାରେ ବର୍ଷା ହେଉଥିଲେ ବି ତଳମୁଣ୍ଡରେ ବନ୍ୟା ଭୟ ନାହିଁ। ଏନେଇ ବିଭାଗ ପକ୍ଷରୁ କୁହାଯାଇଛି।

ଅବଶ୍ୟ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲିଛି। ଏବେ ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍‌ ଖୋଲାଯାଇଛି। ହୀରାକୁଦରୁ ଏହିସବୁ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଲଗାଣ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଛି| ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି| ଡ୍ୟାମକୁ ୨,୪୩,୮୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୬,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି | କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲିଛି।

ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲିଛି। ଏବେ ବାମ ପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍‌ ଖୋଲାଯାଇଛି। ହୀରାକୁଦରୁ ଏହିସବୁ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଲଗାଣ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଛି। ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଛି| ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି| ଡ୍ୟାମକୁ ୨,୪୩,୮୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୬,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି | କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଆଜି ହୀରାକୁଦ ଗେଟ ଖୋଲିଛି।

ସୂଚନାଯୋଗ୍ୟ, ଚଳିତ ଜୁନ୍‌ରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁଲାଇରେ ବି ଭଲ ବର୍ଷା ହୋଇଛି। ଏଣେ ଅଗଷ୍ଟ ମାସରେ କେଉଁଠି ନିଅଣ୍ଟିଆ ତ ପୁଣି କେଉଁଠି ଅଧିକ ବର୍ଷା ହୋଇଥିବା ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe