ରାଉରକେଲା: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ନାଁ ଲିପିବଦ୍ଧ କରିବାକୁ ଦୀର୍ଘ ସମୟଧରି ଶୀର୍ଷାସନ କରିଛନ୍ତି ସ୍ଥାନୀୟ କୋଏଲନଗର ଈଶ୍ବର ନାଥ ଗୁପ୍ତା। ଶ୍ରୀ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ। ସେ ରବିବାର ସକାଳେ ସ୍ଥାନୀୟ ସେକ୍ଟର-୨ ଉତ୍କଳ ଯୋଗ କେନ୍ଦ୍ରରେ ୨ ମିନିଟ୍ଧରି ଶୀର୍ଷାସନ କରିଥିଲେ। ସେ ସର୍ବାଧିକ ବୟସ୍କ (ପୁରୁଷ) ବର୍ଗରେ ଏହି ରେକର୍ଡ ହାସଲ କରିବାକୁ ଉଦ୍ୟମ କରିଛନ୍ତି।
ଆଜିର ପ୍ରଦର୍ଶନ ପୂର୍ବ ରେକର୍ଡକୁ ପଛରେ ପକାଇ ଦେଇଛି। ଏହି ବୟସ ବର୍ଗରେ ପୂର୍ବ ରେକର୍ଡ ମାତ୍ର ୧୦ ସେକେଣ୍ଡ୍ ଥିଲା। ଏ ସଂକ୍ରାନ୍ତୀୟ ଭିଡିଓପ୍ରୁଫ୍ ଓ ଅନ୍ୟାନ୍ୟ କାଗଜପତ୍ରର ତର୍ଜମାପରେ ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷ ଏନେଇ ବିଧିବଦ୍ଧ ଘୋଷଣା କରିବେ।
ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଅଧିକାରୀ ଶ୍ରୀ ପଣ୍ଡା ଚାକିରିରୁ ଅବସରପରେ ଗତ ୩୫ ବର୍ଷ ହେଲା କ୍ରିୟାଯୋଗ ପ୍ରଶିକ୍ଷଣ ଦେଉଛନ୍ତି। ୨୦୨୩ ଜାନୁଆରି ୧ ତାରିଖରେ ସାଢ଼େ ୭ ମିନିଟଧରି ଶୀର୍ଷାସନ କରିଥିଲେ।
Rourkela | Yoga
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/18/HrwT7SoQA8M1JOxb0vDX.jpg)
