ହ୍ୟୁଷ୍ଟନ୍‌ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍‌

Advertisment

ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍‌ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି।

Updated On

ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍‌ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି।

ଅଦ୍ୟତନ ହୋଇଛି
063a1b05-e3f0-4d96-9627-65b19614feb6

ଭୁବନେଶ୍ବର: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। ମହାପ୍ରଭୁଙ୍କ ଓଡ଼ିଆ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଶ୍ରୀଲା ପ୍ରଭୁପାଦଙ୍କ ଦ୍ବାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନ୍‌ସିୟସନେସ୍‌ (ଇସ୍କନ୍‌)ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି। କୋଟିକୋଟି ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଆୟୋଜକ ସଂସ୍ଥା ତରଫରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ବଦଳରେ ନିତାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଇସ୍କନର ଜାତୀୟ ଯୋଗାଯୋଗ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦା ପ୍ରଭୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ଶେଷରେ ଭଗବାନ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ହ୍ୟୁଷ୍ଟନ୍ ରଥ ଯାତ୍ରା ବାତିଲ ହୋଇଛି। ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ।  

-ଯୁଧିଷ୍ଠିର ଗୋବିନ୍ଦା ପ୍ରଭୁ, ନିର୍ଦ୍ଦେଶକ, ଜାତୀୟ ଯୋଗାଯୋଗ  

ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି। ମାର୍ଚ୍ଚ ଯାଏ ଇସ୍କନକୁ ସମୟ ଦିଆଯାଇଛି। ଏଣୁ ସେଯାଏ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ଆଉ ବରଦାସ୍ତ କରାଯିବନାହିଁ। ଅଦିନିଆ ରଥଯାତ୍ରାର ଆୟୋଜନ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଭାଙ୍ଗିବା ଭଳି। ୧୯୬୭ରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି। 
ଏହି ଖବର ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ

ସୂଚନାଯୋଗ୍ୟ, ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ। ପୁରୀର ପରଂପରାକୁ ନେଇ ଓଡ଼ିଶାର ଗାଁଗହଳି ଠାରୁ ଆରମ୍ଭ କରି ରାଜ୍ୟବ୍ୟାପି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସେହିପରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପୁରୀ ରଥଯାତ୍ରାକୁ ଅନୁସରଣ କରାଯାଇଥାଏ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe