ତୃତୀୟ ଦିନରେ ବି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ଚଢ଼ଉ ଜାରି

ଆଜି ତୃତୀୟ ଦିବସରେ ବି ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଛି।

cvgh

ସମ୍ବଲପୁର: ଆଜି ତୃତୀୟ ଦିବସରେ ବି ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ସୁପରକ୍ଲାସ ଠିକାଦାର ବ୍ରଜକିଶୋର ଦାସଙ୍କ ଧନକଉଡ଼ା ଘରେ ଆୟକର ଟିମ୍ ଚଢ଼ଉ କରୁଛି। ଉଭୟ ଭୁବନେଶ୍ବର ଛତିଶଗଡ଼ ଆୟକର ଟିମ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଉଛି। ଏହି ଚଢ଼ଉ ଆସନ୍ତାକାଲି ବି ଚାଲିବ ବୋଲି ଜଣାଯାଇଛି। ତେଣେ ଭୁବନେଶ୍ବରରୁ କେତେକ ଆୟକର ଅଧିକାରୀ ପହଞ୍ଚିବେ। ସେମାନେ ଜବତ ସାମଗ୍ରୀକୁ ନେଇ ତନାଘନା କରିବେ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପ୍ରଥମେ ଏକାସାଙ୍ଗେ ୧୦ଟି ଗାଡ଼ିରେ ୨୦ଜଣିଆ ଆୟକର ଟିମ୍ ଏହି ଚଢ଼ଉ ଆରମ୍ଭ କରିଥିଲେ। ଏହାଛଡ଼ା ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ସହ ଜଡ଼ିତ ଅନ୍ୟ କେତେକ ଠିକାଦାର ତଥା ବ୍ୟବସାୟୀଙ୍କ ଘରେ ବି ଏକସମୟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା।

ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରୁ ମର୍ସିଡିଜ, ରେଞ୍ଜରୋଭର, କିଆଠୁ ଆରମ୍ଭ କରି ବିଭିନ୍ନ ଦାମୀ କାର ଜବତ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe