ଭୁବନେଶ୍ବର: ଓଡ଼ିଆ ସିନେମାରେ ଏବର୍ଷ ‌କେତେକ ଜଣାଶୁଣା ନାୟିକା ଆଇଟମ୍ ଗାର୍ଲ ସାଜି ବଡ଼ ପରଦାକୁ ଆସି ଧମାଲ କରିଛନ୍ତି। ବଲିଉଡର ଏହି ଟ୍ରେଣ୍ଡ ଏବେ ଓଲିଉଡରେ ଜାରି ରହିଛି। ୨୦୨୫ରେ କେତେଜଣ ନାୟିକା ଆଇଟମ୍ ନମ୍ବର ପାଇଁ ଚର୍ଚ୍ଚାରେ ରହିଛନ୍ତି।

Advertisment


ଜଣାଶୁଣା ନାୟିକାଙ୍କ ଭିତରେ ପ୍ରଥମେ ମନକୁ ଆସେ ଭୂମିକା ଦାଶଙ୍କ ନାଆଁ। ସେ ‘ଡେଲିଭରି ବୟ ୨’ରେ ‘ରବିବାରିଆ ଫୁରସତରେ.. ଆଇଟମ୍ ଗୀତରେ କମାଲ୍ କରିଛନ୍ତି। ତେଣେ ଆଗଧାଡ଼ିର ନାୟିକା ଶିବାନୀ ବି ସୁପରଷ୍ଟାର୍ ଅନୁଭବଙ୍କ ସହ କେରକେରା..ଗୀତରେ ଜବରଦସ୍ତ ଆଇଟମ୍ ଡ୍ୟାନ୍ସ କରିଛନ୍ତି। ଠିକ୍ ସେହିପରି ପ୍ରକୃତି ମିଶ୍ର ବି ପଛରେ ନାହାନ୍ତି। ସେ  ୨୦୨୫ରେ ରାଜା ଡିଙ୍କ ନିର୍ଦ୍ଦେଶିତ ‘ଘମାଘୋଟ’ରେ କୁତୁକୁତୁ.. ଆଇଟମ୍ ଗୀତରେ ଧମାଲ୍ ଦେଖାଇଛନ୍ତି।

ଆହୁରି ପଢ଼ନ୍ତୁ:Vigilance Raid Forester ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

‘ବୋଉ ବୁଟ୍ଟୁ ଭୂତ’ରେ କୁକିଜଙ୍କ କମାଲ୍

ଏଣେ ‘କସ୍ତୁରୀ’ ଓ ‘ହାଫ୍ ଲଭଷ୍ଟୋରି’ ଭଳି ଓଡ଼ିଆ ଛବି ଓ ‘ଆସ୍ତିକ ନାସ୍ତିକ’, ‘ମା ପେଟରୁ ମୁଁ ଜଗତଜିତା’  ‘ତୋ ବିନୁ ଅନ୍ୟ ଗତି ନାହିଁ’ ଭଳି ଟେଲି ସିନେମାର ନାୟିକା କୁକିଜ୍ ସ୍ବାଇଁ ବି ଏଥର ଥିଲେ ଚର୍ଚ୍ଚାରେ।  ସେ  ‘ବୋଉ ବୁଟ୍ଟୁ ଭୂତ’ରେ ଥିବା ଡୁଙ୍ଗୁଥିଲି.. ଗୀତରେ ନଜର ଆସିଛନ୍ତି। ଅମିତ ଏହାର କୋରିଓଗ୍ରାଫର୍। ଗୌରବ ଆନନ୍ଦଙ୍କ ସ୍ବରସଂଯୋଜିତ ଏହି ଆଇଟମ୍ ନମ୍ବରରେ କଣ୍ଠଦାନ କରିଛନ୍ତି କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ। ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ଲୋକପ୍ରିୟ ନାୟକ ବାବୁସାନଙ୍କ ସହ କାମ କରିବାର ସୁଯୋଗ ମିଳିଛି। 

ଆହୁରି ପଢ଼ନ୍ତୁ: BJP Ex-mla Sanchita Mohanty No More ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି

ଓଲିଉଡ୍‌ର ଜଣାଶୁଣା ନାୟିକା ଅଙ୍କିତା ଦାଶ  ପ୍ରଥମ ଥର ପାଇଁ ଏକ ଓଡ଼ିଆ ସିନେମାରେ ଆଇଟମ୍ ଗାର୍ଲ ସାଜିଛନ୍ତି। ଯେଉଁ ସିନେମାରେ ତାଙ୍କୁ ଏଭଳି ଆଇଟମ୍ ନମ୍ବରରେ ଦେଖିବାକୁ ମିଳିଛି, ତାହା ହେଲା ‘ରାକେଟ୍’। ଏହି ସିନେମାରେ ତାଙ୍କ ଉପରେ ପିକ୍‌ଚରାଇଜ୍ ହୋଇଥିବା ଗୀତଟି ହେଲା ‘ଡାମରା କାଉ’। ବସନ୍ତରାଜ ସାମଲଙ୍କ ରଚିତ ଗୀତରେ ସ୍ବର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ। ଆଉ ଏହି ଆଇଟମ୍ ଗୀତରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି ଜଣାଶୁଣା ଗାୟିକା ଦୀପ୍ତିରେଖା। ‘ଡାମରା କାଉ’ ଆଇଟମ୍ ନମ୍ବରର ନୃତ୍ୟ ନିର୍ଦ୍ଦେଶକ ହେଲେ ଓଲିଉଡ୍‌ର ଲବ୍‌ଧ ପ୍ରତିଷ୍ଠିତ କୋରିଓଗ୍ରାଫର୍-ଡିରେକ୍ଟର୍ ଏସ୍. କେ. ମୁରଲୀଧରନ୍।