ପ୍ରେରଣା ଦେଲେ ପାରଳାଖେମୁଣ୍ଡିର ମହିଳା ଗୃହରକ୍ଷୀ, ପ୍ରଶଂସା କଲେ ବରିଷ୍ଠ ପୁଲିସ ଅଧିକାରୀ

Advertisment

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୃହରକ୍ଷୀ ଜେ ରାବୁଲୁଆମ୍ମାଙ୍କ ନିଷ୍ଠାପର କର୍ମକୁ ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ପ୍ରଶଂସା କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି।

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୃହରକ୍ଷୀ ଜେ ରାବୁଲୁଆମ୍ମାଙ୍କ ନିଷ୍ଠାପର କର୍ମକୁ ବରିଷ୍ଠ ପୁଲିସ ଅଧିକାରୀ ଅରୁଣ ବୋଥ୍ରା ପ୍ରଶଂସା କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି।

New Projr4)

ଭୁବନେଶ୍ବର (ମହେନ୍ଦ୍ର ସାହୁ): କର୍ମ ହିଁ ଭଗବାନ। କର୍ମକୁ ଭଲ ପାଉଥିବା ଲୋକ ସମୟକୁ ଗୁରୁତ୍ବ ଦେଇଥାଆନ୍ତି। ବିପରୀତ ସମୟରେ ନିଜକୁ ବିନିଯୋଗ କରିଥାନ୍ତି। ଆଜିର ଏହି ସ୍ବାର୍ଥପର ଦୁନିଆରେ ଅଧିକାଂଶ ଲୋକ ଟଙ୍କା ପଛରେ ଗୋଡ଼ାଉଥିବା ବେଳେ ଆହୁରି ଅନେକ ଲୋକ ନଃସ୍ବାର୍ଥ ମନୋଭାବ ନେଇ ନିଜର କର୍ମ କରି ଚାଲିଥାନ୍ତି। ଏହି ଭଳି ଉଦାହରଣ ସାଜିଛନ୍ତି ଗୃହରକ୍ଷୀ ଜେ ରାବୁଲୁଆମ୍ମା। ସେ ନିଜର କର୍ମ ବଳରେ ଅନ୍ୟମାନଙ୍କର ପାଇଁ ପ୍ରେରଣାଦାୟିନୀ ପାଲଟିଛନ୍ତି। 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୃହରକ୍ଷୀ ଜେ ରାବୁଲୁଆମ୍ମାଙ୍କ ନିଷ୍ଠାପର କର୍ମକୁ ଅତିରିକ୍ତ ମହାନିର୍ଦ୍ଦେଶକ (ରେଳବାଇ ଓ ତଟରକ୍ଷୀ) ଅରୁଣ ବୋଥ୍ରା ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ‌ସେୟାର କରି ଗତକାଲି ଶ୍ରୀ ବୋଥ୍ରା ଲେଖିଛନ୍ତି, ପାରଳାଖେମୁଣ୍ଡିର ହୋମଗାର୍ଡ ଜେ ରାବୁଲୁଆମ୍ମା ଆଜି ସ୍ଥାନୀୟ ବଜାରକୁ ପନିପରିବା କିଣିବାକୁ ଆସିଥିଲେ। ବ୍ୟସ୍ତବହୁଳ ପ୍ୟାଲେସ୍ ଛକ ଠାରେ ସେ ଟ୍ରାଫିକ୍ ଭିଡ଼ ଥିବା ଦେଖିଥିଲେ। ତାଙ୍କ ବ୍ୟାଗ ଧରି ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ରାସ୍ତାରେ ଦେଖାଯାଇଥିବା ଭିଡ଼ ହ୍ରାସ ପାଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀ ବୋଥ୍ରା ଲେଖିଛନ୍ତି, କେତେକ ଲୋକଙ୍କ ପାଇଁ ‘ଡ୍ୟୁଟି ପାଳି ସହିତ ଶେଷ ହୁଏ।’ କିନ୍ତୁ ଅନ୍ୟମାନଙ୍କ ପାଇଁ, ଏହା ଜୀବନର ଅନ୍ୟ ଏକ ମାଧ୍ୟମ ହୋଇଥାଏ। 

ପାରଳାଖେମୁଣ୍ଡିର ମୁଖ୍ୟ ବଜାର ରାସ୍ତାରେ ଗତକାଲି ସକାଳୁ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା। ଲୋକେ ଅବ୍ୟବସ୍ଥିତ ଭାବେ ଗାଡ଼ି ଚଳାଉଥିବାରୁ ଭିଡ଼ ଅଧିକ ବଢ଼ି ଚାଲିଥିଲା। ସେତେବେଳକୁ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ କର୍ମଚାରୀଙ୍କ ସମୟ ହୋଇ ନଥିଲା। ସେଥି ପାଇଁ ପୁଲିସ କର୍ମଚାରୀମାନେ ସେଠାରେ କେହି ନଥିଲେ। ଏତିକି‌ ବେଳେ ବ୍ୟସ୍ତବହୁଳ ବଜାରରେ ଜେ ରାବୁଲୁଆମ୍ମା ପହଞ୍ଚି ଥିଲେ। ଘର ପାଇଁ ବଜାରକୁ ଜିନିଷପତ୍ର କିଣିବାକୁ ଯାଉଥିବା ବେଳେ ଟ୍ରାଫିକ୍‌ ଭିଡ଼ ଦେଖି ବ୍ୟସ୍ତ ହୋଇପଡ଼ିଥିଲେ। ସିଧାସଳଖ ଯାଇ ରାସ୍ତାମଝିରେ ଛିଡ଼ା ହୋଇଯାଇଥିଲେ। ଡ୍ୟୁଟି ପାଇଁ ବେଶରେ ନଥିଲେ ମଧ୍ୟ ରାସ୍ତାମଝିରେ ଛିଡ଼ା ହୋଇ ଟ୍ରାଫିକ୍‌ ପୁଲିସ ଭାବେ ଲୋକଙ୍କର ଯାତାୟତକୁ ସହଜ କରିଦେଇଥିଲେ। ‌

ପାରଳାଖେମୁଣ୍ଡିରେ ଜେ ରାବୁଲୁଆମ୍ମା ‌ଜଣେ ପରିଚିତ ଗୃହରକ୍ଷୀ। ତାଙ୍କୁ ସହରର ଉଣାଅଧିକେ ସମସ୍ତେ ଜାଣିଛନ୍ତି। କିନ୍ତୁ ଯେଉଁମାନେ ତାଙ୍କୁ ପ୍ରଥମେ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଶାଢ଼ି ପିନ୍ଧି ଥିଲେ ଏବଂ ହାତରେ ଏକ ବ୍ୟାଗ୍‌ ଧରିଥିଲେ। ଶାଢ଼ି ପରିଧାନ କରିଥିବା ଜଣେ ମହିଳା ଟ୍ରାଫିକ ପୁଲିସ ଭଳି କାମ କରୁଛନ୍ତି ବୋଲି ଅନେକ ଲୋକ କୁହାକୁହି ମଧ୍ୟ ହୋଇଥିଲେ। 

ଡ୍ୟୁଟିରେ ନଥିଲେ ମଧ୍ୟ ଟ୍ରାଫିକ୍‌ ଭିଡ଼ ସମୟରେ ଏହାର ପରିଚାଳନା କରିବାକୁ ବହୁତ ଭଲ ଲାଗିଥାଏ। କାରଣ କାମ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ମୁଁ ମୋର ବିଭାଗ ପାଇଁ କାମ କରୁଛି। ଏଥିରେ ମୋତେ ଶାନ୍ତି ମିଳୁଛି। ମୁଁ ଗରିବ ଘରେ ଜନ୍ମ ନେଇଛି। ତୃଣମୂଳ ସ୍ତରରୁ ବଢ଼ି ଆସିଛି। ଅଭାବ କ’ଣ ତାହା ଅତି ନିକଟରୁ ଦେଖିଛି। ଆର୍ଥିକ ଭାବେ ଆମେ ଅନ୍ୟକୁ କିଛି ଦେଇପାରିବା ନାହିଁ। କିନ୍ତୁ ସମାଜର ଭଲ କାମ ପାଇଁ ସୁଯୋଗ ମିଳିଲେ ସମୟ ଦେଇପାରିବା। ଯେଉଁଠି ଯେତେବେଳେ ଦରକାର ଅଛି ଆମର କର୍ତ୍ତବ୍ୟକୁ ଭଲ ଭାବେ ତୁଳାଇ ପାରିବା। ଗୃହରକ୍ଷୀ ଭାବେ ପାରଳାଖେମୁଣ୍ଡିରେ କାମ କରୁଛି। ଆଗରୁ ମଧ୍ୟ ଏହି ଭଳି ଟ୍ରାଫିକ ପରିଚାଳନା ପାଇଁ କାମ କରିଛି। 

-ଜେ ରାବୁଲୁଆମ୍ମା, ଗୃହରକ୍ଷୀ, ପାରଳାଖେମୁଣ୍ଡି

Gajpati

ସୂଚନାଯୋଗ୍ୟ, ୪୦ ବର୍ଷୀୟ ଜେ ରାବୁଲୁଆମ୍ମା ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ଯେତେବେଳେ ୪ ବର୍ଷ ବୟସର ଥିଲେ, ତାଙ୍କର ପରିବାର ସହିତ ପାରଳାଖେମୁଣ୍ଡି ଆସିଥିଲେ। ଟାଉନ ଥାନା ନିକଟରେ ସେ ତାଙ୍କର ପରିବାର ସହିତ ରହୁଛନ୍ତି। ସ୍ବାମୀ ବିଶାଖାପାଟଣାରେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି। ଏକମାତ୍ର ଝିଅକୁ ୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟଣାରେ ବିବାହ ଦେଇଛନ୍ତି। ସେ ୨୦୦୫ ମସିହାରେ ଗୃହରକ୍ଷୀ ଭାବେ ଯୋଗ ଦେଇଥିଲେ। କୋଭିଡ-୧୯ ସମୟରେ ପ୍ରଶଂସନୀୟ କାମ କରି ପ୍ରଶଂସାର ପାତ୍ରୀ ହୋଇଥିଲେ ଏବଂ ସମ୍ମାନିତ ମଧ୍ୟ ହୋଇଥିଲେ। 

Gajapati 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe