Forbes India ଫୋର୍ବ୍ସ୍‌ ଇଣ୍ଡିଆ ମାଗାଜିନ୍‌ରେ ରାଉରକେଲାର ଯତୀନ, ‘ଯୁବ ନେତୃତ୍ବ’ ବର୍ଗରେ ସ୍ଥାନିତ

Advertisment

ପୁଣିଥରେ ଜାତୀୟସ୍ତରରେ ଚମକିଛନ୍ତି ରାଉରକେଲାର ଯତୀନ ପାତ୍ର। ଡିଜିଟାଲ୍ ମାର୍କେଟିଂରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପୁଣିଥରେ ଜାତୀୟସ୍ତରରେ ଚମକିଛନ୍ତି ରାଉରକେଲାର ଯତୀନ ପାତ୍ର। ଡିଜିଟାଲ୍ ମାର୍କେଟିଂରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Untitled

jatin patra is matter of discussion Photograph: (Sambad.in)

ରାଉରକେଲା: ପୁଣିଥରେ ଜାତୀୟସ୍ତରରେ ଚମକିଛନ୍ତି ରାଉରକେଲାର ଯତୀନ ପାତ୍ର। ଡିଜିଟାଲ୍ ମାର୍କେଟିଂରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଯତୀନ ଫୋର୍ବ୍ସ୍‌ ଇଣ୍ଡିଆ ମାଗାଜିନ୍‌ରେ ‘ଭାରତର ଅଭିବୃଦ୍ଧି କାହାଣୀକୁ ପୁନଃନିର୍ମାଣ କରୁଥିବା ଯୁବ ନେତୃତ୍ବ’ ବର୍ଗରେ ସ୍ଥାନିତ ହୋଇଛନ୍ତି। ମିମ୍ ମାର୍କେଟିଂ ଭଳି ଅଣପାରମ୍ପରିକ ମାର୍କେଟିଂ କ୍ଷେତ୍ରକୁ ବୃତ୍ତିକରି ସଫଳତା ସାଉଁଟିଥିବା ଯତୀନଙ୍କୁ ଏବେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।

ଡିଜିଟାଲ ମାର୍କେଟିଂ, ବ୍ରାଣ୍ଡିଂ କ୍ଷେତ୍ରରେ କାର୍ଯ୍ୟ କରିଥିଲେ

ଅଧାରେ ପାଠପଢ଼ା ଛାଡ଼ିଥିବା ଯତୀନ ଏବେ ମିମ୍‌ ମାର୍କେଟିଂ ଦୁନିଆରେ ସଫଳ ବ୍ୟକ୍ତିତ୍ବଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସେ ପ୍ରଥମେ ସାମାଜିକ ଗଣମାଧ୍ୟମରେ ମିମ୍‌ ସୃଷ୍ଟିକରି ପରବର୍ତ୍ତୀ ସମୟରେ ଡିଜିଟାଲ ମାର୍କେଟିଂ, ବ୍ରାଣ୍ଡିଂ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ସେ ‘ରାଉରକେଲା ଟିପ୍ସ’ ଦଳର ପୂର୍ବତନ ସଦସ୍ୟ ଥିଲେ, ଯେଉଁଠାରେ ଡିଜିଟାଲ ବିଷୟବସ୍ତୁ ସହିତ ତାଙ୍କର ପ୍ରାରମ୍ଭିକ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

Paddy: ଚାଷୀଙ୍କ ଜିଦ୍ ମଣ୍ଡିରେ ଧାନ କ୍ରୟ କରାଯାଉ

ସୃଜନଶୀଳ ଆଭିମୁଖ୍ୟ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ସେ ଏବେ ଗୁରୁଗ୍ରାମସ୍ଥ କମ୍ପାନି ‘ଫାଷ୍ଟ୍‌ ଥଟ୍‌’ର ସହ-ପ୍ରତିଷ୍ଠାତା। ତାଙ୍କ ସଂସ୍ଥା ବହୁ ନାମୀଦାମୀ କମ୍ପାନି ଯଥା,- ଟି-ସିରିଜ୍‌, ସ୍ବିଗି, ନେଟ୍‌ଫ୍ଲିକ୍ସ, ପି ଆଣ୍ଡ୍‌ ଜି, ମ୍ୟାକ୍‌ଡୋନାଲ୍‌ଡ ଆଦି ସହ କାର୍ଯ୍ୟରତ। ସେ ନିଜର ଅଭିନବ ରଣନୀତି ମାଧ୍ୟମରେ ସାମାଜିକ ଗଣମାଧ୍ୟମରେ ଯୁବ ତଥା ବୃତ୍ତିଗତମାନଙ୍କ ସହ ପ୍ରଭାବଶାଳୀଭାବେ ସଂଯୋଗ କରିବାରେ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରିଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe