ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନକୁ ନେଇକଟାକ୍ଷ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ। ସ୍ଵାଗତ। କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।
ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ? ବିଜେଡି ତ ଲିଜ୍ ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି।
ଏଣେ ଜୟ ନାରାୟଣ କହିବା ପରେ ପ୍ରତିକ୍ରିୟା ରଖିଲା ବିଜେଡି। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ। ଓଡ଼ିଶାର ଜନସାଧାରଣ ସେହି ନିଷ୍ପତ୍ତି ନେବେ। ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ।
ଧ୍ରୁବ ସାହୁ ଆହୁରି କହିଛନ୍ତି, ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଦକ୍ଷ ଅଫିସରମାନଙ୍କୁ ଭଲ ସ୍ଥାନରେ ପୋଷ୍ଟିଂ କରିବା ପାଇଁ ଦାବି କରାଯାଇଥାଏ। ସେଥିରେ କିଛି ନୂଆ ନାହିଁ । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ଥିବା ନେତାମାନେ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ । ଅରୁଚିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ। ଗରିବ ଲୋକଙ୍କ ପ୍ରତି ତାଙ୍କ ଦାୟିତ୍ୱ କଣ ବୁଝି ବିଚାରି ମନ୍ତବ୍ୟ ରଖନ୍ତୁ।
ସୂଚନାଯୋଗ୍ୟ, ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ରବିବାର ଅନୁଷ୍ଠିତ ବିଜେଡି ଜନସ˚ପର୍କ ପଦଯାତ୍ରାରେ ଅତନୁ ନିଜ ଦଳର କର୍ମୀ ତଥା ମୁରବିଙ୍କୁ ଭରସା ଦେବାକୁ ଯାଇ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କହିଥିଲେ। ଅତନୁ କହିଥିଲେଯେ ନବୀନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଆଠ ଦଶଟି ସିଟ୍ ଦରକାର। କିନ୍ତୁ ଏହି ଆସନଗୁଡ଼ିକ ସଂପର୍କରେ ସେ ଖୋଲିକି କହି ନାହାନ୍ତି। କିନ୍ତୁ ଅତନୁଙ୍କ ଏଭଳି ଗଣିତ ଉପରେ ଜବାବ ରଖିଥିଲେ ମହାକାଳପଡ଼ାର ବିଜେପି ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ। ସେ ଏହାକୁ ପ୍ରତ୍ୟାଖ୍ୟାତ ନେତାଙ୍କ ବାଚାଳାମି ବୋଲି କହିବା ସହିତ ନିଜ ପାଦ ତଳୁ ମାଟି ଖସିଯାଉଥିବା ଜାଣିପାରି ଅତନୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଲୋକମାନେ କିନ୍ତୁ ଠିକ୍ କ'ଣ ତାହା ଜାଣିଛନ୍ତି। ଦୁଇ ନେତାଙ୍କ ଏଭଳି ଆକ୍ଷେପ-ପ୍ରତିଆକ୍ଷେପ ଜିଲ୍ଲା ରାଜନୀତିକୁ ସରଗରମ କରିଛି।
Follow Us