ଜୀବିକା ମିସନ ଇସି ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲା

Advertisment

ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଜୀବିକା ମିସନ ଇସି ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସରକାରଙ୍କ ନିଷ୍ପତ୍ତିକୁ ବି‌ରୋଧ କରି ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୭ଦଫା ଦାବିକୁ ନେଇ ଘେରାଉ କରିଥିଲେ।

ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଜୀବିକା ମିସନ ଇସି ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସରକାରଙ୍କ ନିଷ୍ପତ୍ତିକୁ ବି‌ରୋଧ କରି ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୭ଦଫା ଦାବିକୁ ନେଇ ଘେରାଉ କରିଥିଲେ।

କୋରାପୁଟ: ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଜୀବିକା ମିସନ ଇସି ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସରକାରଙ୍କ ନିଷ୍ପତ୍ତିକୁ ବି‌ରୋଧ କରି ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୭ଦଫା ଦାବିକୁ ନେଇ ଘେରାଉ କରିଥିଲେ। ଦୀର୍ଘ ୧୫ବର୍ଷ ଧରି ଜୀବିକା ମିଶନ ଜରିଆରେ କାମ କରି ଆସୁଥିବା ଇସି ମାନଙ୍କୁ ରିଷ୍ଟ୍ରକଚର ନାଁରେ ବାହାର କରିବାକୁ‌ ଯୋଜନା କରାଯାଉଛି ବୋଲି ଏମାନେ ଅଭିଯୋଗ କରିଥିଲେ।

publive-image

ଏଆଇଟିୟୁସି ସଂଯୁକ୍ତ "ନିଖିଳ ଓଡିଶା ଜୀବିକା ମିସନ ଇସି ସଂଘ"ର ରାଜ୍ୟ ସସଭାପତି ଜୟନ୍ତ ଦାସଙ୍କ ନେତୃତ୍ବରେ ଶାବର ଶ୍ରୀକ୍ଷେତ୍ରରୁ ଶତାଧିକ ଜୀବିକା ମିସନର କର୍ମଚାରୀମାନେ ଶୋଭାଯାତ୍ରାରେ ଭାଗ ନେଇଥିଲେ।

ଏଥିରେ ଶ୍ରୀ ଦାସଙ୍କ ସହ  ଏଆଇଟିୟୁସି ରାଜ୍ୟ ସାଧାୟଣ ସମ୍ପାଦକ ବିଜୟ ଜେନା, ସଂଘର ଜିଲ୍ଲା ସଭାପତି ଜ୍ୟୋତିରେଖା ଚେଟ୍ଟି, ଜିଲ୍ଲା ସମ୍ପାଦିକା ସୁଜାତା ପାଣିଗ୍ରାହୀ, ଡିଏଲ୍ଏଫ୍ ସମ୍ପାଦକ ଧନେତ୍ରୀ ଗୋଲାରୀ, ମିଥୁଲା ଶିସା, ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ପ୍ରମୋଦ ମହାନ୍ତି, ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ରାଜ୍ୟ ଉପସଭାପତି ଉତ୍ତମ ମଲ୍ଲିକ, ଟ୍ରାନସପୋର୍ଟ ଓ୍ଵାର୍କରସ୍ ୟୁନିୟନର ଯୁଧିଷ୍ଠିର ରାଉଳ, ନିଖିଳ ଓଡିଶା ଜୀବିକା ମିସନ ଇସି ସଂଘର ଲକ୍ଷ୍ମୀ ନାୟକ, ପୁର୍ଣ୍ଣିମା ରାଉତ, ହରପ୍ରିୟା ନାୟକ, ଏଲ୍ ସୁଜାତା,  ବି ପୁଣ୍ୟବତୀ, ମାଳତୀ ଶାନ୍ତା, ମମତା ତୁରୁକ, ପାର୍ବତୀ ବିଶୋୟୀ, ସସ୍ମିତା ଜାନୀ, ସଞ୍ଜିତାଗରାଡ, ବାସନ୍ତୀ ହରିଜନ, ଜୁମକୀ ପୁଜାରୀ, ବବି ପଟ୍ଟନାୟକ ଓ ସନ୍ଧ୍ୟାରାଣୀ ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe