ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଚାଷଜମି କରିଛି ଆଁ

ଝରିଗାଁ ବ୍ଲକରେ ଚଳିତ ବର୍ଷ ଜଳବାୟୁର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାଦ୍ରବ ମାସ ଯାଇ ଆଶ୍ୱିନ ମାସ ଆରମ୍ଭ ହୋଇଛି। କିନ୍ତୁ ଗତ ଦଶ ଦିନରୁ ଅଧିକ ହେବ ବର୍ଷାର ଦେଖା ନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନବେଳା ଜ୍ୟେଷ୍ଟ ମାସ ଭଳି ତାତି ଅନୁଭବ ହେଉଛି।

jharigaon

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଚଳିତ ବର୍ଷ ଜଳବାୟୁର ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାଦ୍ରବ ମାସ ଯାଇ ଆଶ୍ୱିନ ମାସ ଆରମ୍ଭ ହୋଇଛି। କିନ୍ତୁ ଗତ ଦଶ ଦିନରୁ ଅଧିକ ହେବ ବର୍ଷାର ଦେଖା ନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନବେଳା ଜ୍ୟେଷ୍ଟ ମାସ ଭଳି ତାତି ଅନୁଭବ ହେଉଛି। ଏହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ସହ ଧାନ ଏବଂ ମାଣ୍ଡିଆ ଚାଷ ଉପରେ ପଡିଥିବା ଦେଖିବାକୁ ମିଳିଛି।

ଝରିଗାଁ ବ୍ଲକରେ ଅସହାୟ ତାତି ଅନୁଭବ ହେଉ ଥିବା ଯୋଗୁଁ ବୟସ୍କ ଲୋକ ତଥା ଛୋଟଛୋଟ ଶିଶୁ ଓ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ଲକରେ ବହୁ ପରିମାଣର ଜଙ୍ଗଲ ନଷ୍ଟ କରି ବିଭିନ୍ନ କିସମର ଚାଷ କରୁଥିବା ଏହାର ଏକ ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ସେହିପରି ସାହିସାହିକୁ ସଂଯୋଗ ହେଉଥିବା କଂକ୍ରିଟ ରାସ୍ତା, କୋଠା ଗୃହ ସହ ସଚେତନତା ଅଭାବ ଯୋଗୁଁ ଜଙ୍ଗଲ ସୃଷ୍ଟି ବଦଳରେ ଜଙ୍ଗଲ ନଷ୍ଟ କରିବା ତାତି ବାଡିବାର ଅନ୍ୟ ଏକ କାରଣ ହୋଇ ପଡିଛି।

ବ୍ଲକର କିଛି ଢେପ ଧାନ ଜମି ଗୁଡିକ ଫାଟି ଯାଇଥିବା ବେଳେ ଆଉ କିଛି ଢେଫ ଜମିରେ ବୁଣା ଯାଇଥିବା ଧାନ ଝାଉଁଳି ବାକୁ ବସିଲାଣି। ଆସନ୍ତା କିଛି ଦିନ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହେଲେ ଧାନ ଓ ମାଣ୍ଡିଆ ଚାଷରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଝରିଗାଁ ବ୍ଲକରେ ଥିବା ନଦୀ ଓ ନାଳ ଗୁଡ଼ିକରେ ପାଣିର ପ୍ରବାହ ମଧ୍ୟ ଧୀରେଧୀରେ କମିବାରେ ଲାଗିଛି। ଝରିଗାଁ ବ୍ଲକରେ ଜଳସେଚନ ସୁବିଧା ନଥିବା ବେଳେ ଖରାଟିଆ ଚାଷ କରିବା ପାଇଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିବ ବୋଲି ଆଶଙ୍କା କରାଯାଉଛି।

ଢେପ ଧାନ ଜମି ଗୁଡିକ ଫାଟି ଯାଇଥିବା ବେଳେ ଆଉ କିଛି ଢେଫ ଜମିରେ ବୁଣା ଯାଇଥିବା ଧାନ ଝାଉଁଳି ବାକୁ ବସିଲାଣି। ଆସନ୍ତା କିଛି ଦିନ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହେଲେ ଧାନ ଓ ମାଣ୍ଡିଆ ଚାଷରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି କିଛି ଚାଷୀ ଧାନ ଅମଳ ପରେ ପରେ ଧାନ ଜମିରେ ଡ଼ାଲି ଜାତୀୟ ଫସଲ କରୁଛନ୍ତି। ବର୍ଷା ଅଭାବ ଯୋଗୁଁ ଜମି ଶୁଖିଲା ରହିଲେ ଡ଼ାଲି ଜାତୀୟ ଫସଲ ମଧ୍ୟ ହେବାରେ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ବର୍ତ୍ତମାନର ସ୍ଥିତି ସୁଧାରିବା ସହ ଆଗାମୀ ପିଢ଼ିଙ୍କ ପାଇଁ ଜଙ୍ଗଲ ସୃଷ୍ଟି କରିବା ସହ ଜଣେ ଜଣେ ଅତି କମରେ ପାଞ୍ଚଟି ଚାରା ରୋପଣ କରିବା ଓ ତାହାର ଯତ୍ନ କରିବା ନେଇ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe