ସଫେଇ କାର୍ଯ୍ୟକ୍ରମ: କୋଦାଳ ଧରିଲେ ଝରିଗାଁ ବିଡ଼ିଓ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ଦିନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରିଗାଁ ବ୍ଲକର ସମସ୍ତ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ। ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Jharigaon

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ଦିନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରିଗାଁ ବ୍ଲକର ସମସ୍ତ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ। ପରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସଫେଇ ଅଭିଯାନରେ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀ ନେତୃତ୍ବ ନେଇଥିଲେ। ଶ୍ରୀ ମାଝୀ ହାତରେ କୋଦାଳ ଧରି କାମ କରିଥିଲେ। ସେହିପରି ସିଡ଼ିପିଓ ବିରାଜ ମୋହିନୀ ପାଙ୍ଗି ଏବଂ ବ୍ଲକ କର୍ମଚାରୀମାନେ କୋଦାଲ ଓ ଝାଡୁ ଧରି ସଫା କରିଥିଲେ। ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା ସଫା କରିବା ପରେ ଟ୍ରାକ୍ଟର ଯୋଗେ ଅଳିଆ ଆବର୍ଜନା ବାହାରେ ଫୋପାଡ଼ି ଥିଲେ।

ବ୍ୟବସାୟୀମାନଙ୍କୁ ସଚେତନ କରି ଦୋକାନ ପରିସର ସଫା ସୁତର ରଖିବା ପାଇଁ ଅନୁରୋଧ କରିଥିଲେ। ଏହି ସଫାଇ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିପିଇଓ ରମେଶ ଚନ୍ଦ୍ର ହରିଜନ, ସତ୍ୟ ନାରାୟଣ ଦଣ୍ଡସେନା, ରମେଶ ତାଡଙ୍ଗୀ, ହିମାଂଶୁ ଶେଖର ପ୍ରଧାନ, ସୀମା ନନ୍ଦ ସଥପତି, ସୌରଭ ବେହେରା ପ୍ରମୁଖ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe