ଓଡ଼ିଶାରେ ୬୭ଟିକିଆ ଝାଡ଼ଖଣ୍ଡି ହାତୀପଲ: ଚିନ୍ତାରେ ଚାଷୀ, ଭୟରେ ଥରୁଛନ୍ତି ଲୋକେ

Advertisment

ବେତନଟୀ ରେଞ୍ଜକୁ ପୁଣି ଲେଉଟିଛନ୍ତି ୬୭ଟିକିଆ ବିଶାଳ ଝାଡଖଣ୍ଡୀ ହାତୀପଲl ଏକର ଏକର ରବି ଫସଲ ନଷ୍ଟ କରି ରବିବାର ସନ୍ଧ୍ୟାରେ ବୁଢ଼ାବଳଙ୍ଗ ପାର କରି ନୀଳଗିରି ମୁହାଁ ହୋଉଛନ୍ତି।

ବେତନଟୀ ରେଞ୍ଜକୁ ପୁଣି ଲେଉଟିଛନ୍ତି ୬୭ଟିକିଆ ବିଶାଳ ଝାଡଖଣ୍ଡୀ ହାତୀପଲl ଏକର ଏକର ରବି ଫସଲ ନଷ୍ଟ କରି ରବିବାର ସନ୍ଧ୍ୟାରେ ବୁଢ଼ାବଳଙ୍ଗ ପାର କରି ନୀଳଗିରି ମୁହାଁ ହୋଉଛନ୍ତି।

Elephant baisinga

Elephant baisinga Photograph: (sambad.in)

ବୈଶିଙ୍ଗା: ପ୍ରାୟ ୨ମାସର ଅନ୍ତରାଳେ ବେତନଟୀ ରେଞ୍ଜକୁ ପୁଣି ଲେଉଟିଛନ୍ତି ୬୭ଟିକିଆ ବିଶାଳ ଝାଡଖଣ୍ଡୀ ହାତୀପଲl ଏକର ଏକର ରବି ଫସଲ ନଷ୍ଟ କରି ରବିବାର ସନ୍ଧ୍ୟାରେ ବୁଢ଼ାବଳଙ୍ଗ ପାର କରି ନୀଳଗିରି ମୁହାଁ ହୋଉଛନ୍ତି। ଅନବରତ ଏହି ରେଞ୍ଜରେ ୨ଦନ୍ତା ରହି ବିଭିନ୍ନ ସମୟରେ ଧନଜୀବନ ନଷ୍ଟ କରୁଥିବାବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦେଉଳୀ ରେଞ୍ଜ ଇଲାକାରେ ଏହି ବିଶାଳ ଝାଡ଼ଖଣ୍ଡୀ ହାତୀପଲ ଓଡ଼ିଶା ଅନୁପ୍ରବେଶ କରିଛନ୍ତି l ତେବେ କିଛିଦିନ ଧରି ରାସଗୋବିନ୍ଦପୁର ରେଞ୍ଜ ଇଲାକାରେ ବିଚରଣ କରିବାପରେ ଶନିବାର ଭୋର ପୁଣି ୬୭ଟିକିଆ ହାତୀପଲ ବଡାମପୁର ଠାରେ ବେତନଟୀ ରେଞ୍ଜକୁ ପ୍ରବେଶ କରିଛନ୍ତିl ଚଳିତ ବର୍ଷ ସରକାରଙ୍କ ଦ୍ଵାରା ଧାନ ଦର ବୃଦ୍ଧି ପାଇଥିବା ଯୋଗୁଁ ଶତାଧିକ ଚାଷୀ ଉତ୍ସାହିତ ହୋଇ ବେତନଟୀ ବ୍ଲକର ବ୍ୟାପକ ଅଞ୍ଚଳରେ ରବି ଧାନ ଚାଷ କରିଛନ୍ତି l ତେବେ ଏତେ ସଂଖ୍ୟକ ବଣୁଆ ହାତୀଙ୍କ ଅନୁପ୍ରବେଶ ବନବିଭାଗ ସହିତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି l 

ପ୍ରାଥମିକ ଭାବେ ବଡାମପୁର ଜଙ୍ଗଲରେ ଥିବା ବିଶାଳ ଝାଡଖଣ୍ଡୀ ହାତୀପଲ ଆଗକୁ ଅଗ୍ରସର ହୋଇ ମେର୍ଦା-ସରଡିହା- ଡେଉଁଚପଦା ଇଲାକାରେ ପ୍ରବେଶ କରିଥିଲେl ପରେ ଗତକାଲି ବିଳମ୍ବିତ ରାତିରେ ବଗଲପୁର ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଫୁଲଝରି -ନଡ଼ପୁର -ଶିଳପୁରିଆ ହୋଇ ବୈଶିଙ୍ଗା ଉପକଣ୍ଠ କ୍ଷୀରପଦା ଜଙ୍ଗଲରେ ପ୍ରବେଶ କରିଥିଲେl ଆଜି ଦିନ ତମାମ ଜଙ୍ଗଲରେ ରହିବା ପରେ ରବିବାର ଅପରାହ୍ନରେ ହାତୀପଲ ଖାଦ୍ୟ ଅନ୍ଵେଷଣ ପାଇଁ ଜଙ୍ଗଲରୁ ବାହାରିଥିଲେl

ବେତନଟୀ ରେଞ୍ଜ ବୈଶିଙ୍ଗା ଇଲାକାରେ ଚଳିତ ବର୍ଷ ସର୍ବାଧିକ ପରିମାଣରେ ଏକର ଏକର ଜମିରେ ଖରାଟିଆ ଧାନଚାଷ ହୋଇଛି, ଯାହାକୁ ନେଇ ଚାଷୀ ଚିନ୍ତାରେ ପ୍ରମାଦ ଗଣୁଛନ୍ତି l ଏବେ ଧାନ ପାଚିବାକୁ ଆରମ୍ଭ କରିଥିବାବେଳେ  ହାତୀପଲ ଖାଦ୍ୟ ଅନ୍ଵେଷଣରେ ଜମିରେ ପଶି ଖାଉଛନ୍ତି ଯେତିକି ତାର ୧୦୦ଗୁଣା ଡାଳିଚକଟି ନଷ୍ଟ କରିଦେଉଛନ୍ତି l ସେହିଭଳି ବେଳେବେଳେ ଜନବସତି ମୁହାଁ ମଧ୍ୟ ହୋଉଥିବାର ଦେଖିବାକୁ ମିଳିଥିଲାl ଫଳରେ ଉକ୍ତ ଇଲାକାରେ କଚ୍ଚା ଘରେ ରହୁଥିବା ପରିବାର ଭୟରେ ଥରୁଛନ୍ତିl ସ୍ଥାନୀୟ ବାସିନ୍ଦା ରବି ସିଂଙ୍କ କହିବା ମୁତାବକ ୨ଦିନ ପୂର୍ବରୁ ରସଗୋବିନ୍ଦପୁର ଅଞ୍ଚଳରେ ଏହି ହାତୀପଲ ଙ୍କ ଆକ୍ରମଣରେ ଦୁଇଟି ଘର ଭାଙ୍ଗି ଯାଇଟଯିବାବେଳେ ଏକାଧିକ ଲୋକଙ୍କ ଘର କାନ୍ଥ ଗଡି ଗୁରୁତର ଆହତ ହୋଇଥିବାର ଜାଣି ଆମେ ନିଜକୁ ଅସୁରକ୍ଷିତ ମଣୁଛୁl

ପୁନଶ୍ଚ ବର୍ତ୍ତମାନ ଜଙ୍ଗଲରୁ ପର୍ଯ୍ୟାପ୍ତ ପରିମାଣର ଚାରକୋଳି ଓ ବଇଁଚକୋଳି ଉପଲବ୍ଧ ଥିବାବେଳେ ସଂଗ୍ରହ ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲ ଭିତର-କୁ ଚାରକୋଳି ସଂଗ୍ରହ ପାଇଁ ଯାଉଛନ୍ତି। ଫଳରେ ହାତୀ-ମଣିଷ ମୁହାଁମୁହିଁ ସ୍ଥିତି ଉପୁଜିବାର ଆଶ ଆଶଙ୍କା ମଧ୍ୟ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶାଳ ହାତୀପଲର ଗତିବିଧ ଅନୁଧ୍ୟାନ ଏବଂ ସେମାନଙ୍କୁ କିଭଳି ଜନବସତି ଠାରୁ ଦୂରେଇ ରଖାଯାଇ ପାରିବ ସେନେଇ ବେତନଟୀ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ଏକାଧ‌ିକ ଟିମ ଗୁଡିକୁ ମୁତୟନ କରାଯାଇଥିବା ନେଇ ରେଞ୍ଜର ମନୁୱାର ଖାନ ପ୍ରକାଶ କରିଛନ୍ତି।

ତେବେ ଖବର ଲେଖାଯିବା ବେଳକୁ ବିଶାଳ ହାତୀପଲ ବୁଢ଼ାବଳଙ୍ଗ ପଠାରେ ଏକର ଏକର ପରିବା ଚାଷ ନଷ୍ଟ କରି ଖଣ୍ଡ ଦେଉଳିଆ ନିକଟରେ ବୁଢ଼ାବଳଙ୍ଗ ପାର କରି ଜନୈକ ବ୍ୟକ୍ତିଙ୍କ ଆଖୁ କ୍ଷେତରେ ଉତ୍ପାତ କରୁଛନ୍ତିl ବନବିଭାଗ ସବୁ ଦେଖୁଥିଲେ ବି ନିରୁପାୟ ହୋଇ କେବଳ ତାଙ୍କ ଗତିବିଧିକୁ ନିରୀକ୍ଷଣ କରୁଛିl ରବିବାର ବିଳମ୍ବିତ ରାତି ସୁଦ୍ଧା ହାତୀପଲ ବେତନଟୀ ରେଞ୍ଜ ଅତିକ୍ରମ କରି ନୀଳଗିରି ରେଞ୍ଜରେ ପ୍ରବେଶ ନେଇ ଯଥେଷ୍ଟ ସମ୍ଭାବନା ଥିବାନେଇ ବନବିଭାଗ ଅନୁମାନ କରୁଛି। ଗତବର୍ଷ ନଭେମ୍ବର ମାସରେ ବେତନଟୀ ରେଞ୍ଜରେ ହାତୀପଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କୁ କ୍ଷୟକ୍ଷତି ବାବଦକୁ ଏଯାବତ କ୍ଷତିପୂରଣ ମିଳିନଥିବା ବେଳେ ପୁନର୍ବାର ବିଶାଳ ହାତୀପଲଙ୍କ ଅନୁପ୍ରବେଶକୁ ନେଇ ଚିନ୍ତାରେ ଜନସାଧାରଣl

Mayurbhanj | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe