Thief Photograph: (sambad.in)
ବୈଶିଙ୍ଗା: ଓଡ଼ିଶାରେ ମାତିଛନ୍ତି ଝାଡ଼ଖଣ୍ଡର ଚୋର। ପୁଲିସ ହାତରେ ଧୂଳି ଦେଇ ଚୋରି, ଡକାୟତି, ରାହଜାନୀ କରୁଛନ୍ତି। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମସ୍ଥିତ ଡାହିବାଡ଼ି ସାପ୍ତାହିକ ହାଟରେ ଦିନକୁ ଦିନ ବାଇକ ଓ ମୋବାଇଲ ଚୋରଙ୍କ ପ୍ରାଦୂର୍ଭାବ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛିl ହେଲେ ପୁଲିସ ହାତରେ ଚୋର ଧରା ପଡ଼ୁନାହାନ୍ତିl ସପ୍ତାହେ ପୂର୍ବରୁ ଜଣେ ବାଇକ ଚୋରକୁ ଧରି ସ୍ଥାନୀୟ ଲୋକ ପୁଲିସରେ ଜିମା ଦେଇଥିବା ବେଳେ ଆଜି ବୁଧବାର ଦାହିବାଡ଼ି ହାଟରେ ସନ୍ଧ୍ୟା ସମୟରେ ଜଣେ ନାବାଳକ ଯୁବକ ଜନୈକ ବ୍ୟକ୍ତିଙ୍କ ପାଖରୁ ମୋବାଇଲ ଫୋନ ଚୋରାଇ ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ଏବଂ ଲୋକ ଧରି ନିର୍ଦ୍ଧୁମ ଛେଚି ଥିଲେ।
ଧରାପଡ଼ିଥିବା ନାବାଳକ ଜଣକ ନିଜକୁ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ପରିଚୟ ପ୍ରଦାନ କରିଥିଲାl ପରବର୍ତ୍ତୀ ସମୟରେ ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୋବାଇଲ ଚୋରକୁ ଗିରଫ କରିବା ସହ ଚୋରି କରିଥିବା ମୋବାଇଲ ଫୋନକୁ ଜବତ କରି ଥାନାକୁ ନେଇଆସିଥିଲେ ଓ ଏନେଇ ବୈଶିଙ୍ଗା ପୁଲିସ ତଦନ୍ତ ଚଳାଥିବା ଜଣାଯାଇଛିl
ତେବେ ଉକ୍ତ ହାଟରୁ ପୂର୍ବରୁ ଏକାଧିକ ବାର ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାହକ ଚୋରକୁ ଧରି ପୁଲିସରେ ଦେଇଥିବାବେଳେ ବି ପୁଲିସର ତଦନ୍ତ ସନ୍ଦେହ ଜନକ!!! ନହେଲେ ଚୋରି କମିବା ବଦଳରେ କ୍ରମାଗତ ଉକ୍ତ ହାଟରୁ ଚୋରି ଦିନକୁ ଦିନକୁ ବୃଦ୍ଧି ପାଆନ୍ତା ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀl
Mayurbhanj
Follow Us