ଝାରସୁଗୁଡ଼ାରେ ପ୍ରବଳ ଖରା: ଏପ୍ରିଲ ୨୩ରୁ ସବୁ ସ୍କୁଲ ଛୁଟି

Advertisment

ଚଳିତ ବର୍ଷ ସର୍ବାଧିକ ତାପମାତ୍ରାର ରେକର୍ଡ ଝାରସୁଗୁଡ଼ାରେ ‌ଅନୁଭୂତ ହୋଇଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରିଛି।

Updated On

ଚଳିତ ବର୍ଷ ସର୍ବାଧିକ ତାପମାତ୍ରାର ରେକର୍ଡ ଝାରସୁଗୁଡ଼ାରେ ‌ଅନୁଭୂତ ହୋଇଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରିଛି।

ଅଦ୍ୟତନ ହୋଇଛି
Jharsuguda temperature

Jharsuguda temperature Photograph: (sambad.in)

ଭୁବନେଶ୍ୱର: ଚଳିତ ବର୍ଷ ସର୍ବାଧିକ ତାପମାତ୍ରାର ରେକର୍ଡ ଝାରସୁଗୁଡ଼ାରେ ‌ଅନୁଭୂତ ହୋଇଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରେକର୍ଡ କରିଛି। ଝାରସୁଗୁଡ଼ାରେ ତାପମାତ୍ରା ୪୬.୨ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ଝାରସୁଗୁଡ଼ା ଅନେକ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ଜିଲ୍ଲାରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୩ରୁ ୨୫ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। 

ଝାରସୁଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଜିଲ୍ଲାରେ ତାପମାତ୍ରା ୪୬.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ପାଖାପାଖି ୨ଡିଗ୍ରି ତାପମାତ୍ରା ବଢ଼ିବାର ଆଶଙ୍କା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏପ୍ରିଲ ୨୩ରୁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ରହିବ। ଶିଶୁ ବାଟିକା ଠାରୁ ଯୁକ୍ତ ୨ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। 

ପଶ୍ଚିମ ଓଡ଼ିଶା  ୨୬ ତାରିଖ ଯାଏଁ ଜଳିବ। ଏପ୍ରିଲ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ। ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଝାରସୁଗୁଡାରେ ରେକର୍ଡ ହେଲା ଅପ୍ରେଲ ମାସର ତାତିରେ ସର୍ବକାଳୀନ ରେକର୍ଡ। ୧୯୫୩ ପରଠାରୁ ରେକର୍ଡ ହୋଇଥିବା ଅପ୍ରେଲ ମାସର ସର୍ବକାଳୀନ ରେକର୍ଡ ପୂର୍ବରୁ ୪୬.୧ ଡିଗ୍ରି ରହିଥିଲା ଯାହା ୧୯ ଏପ୍ରିଲ ୧୦ରେ ରେକର୍ଡ ହୋଇଥିଲା। ଆଜି ଏହି ରେକର୍ଡ ଭାଙ୍ଗି ୪୬.୨ ଡିଗ୍ରି ରେକର୍ଡ ହୋଇଛି।

ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପଶ୍ଚିମ ଓଡ଼ିଶା  ୨୬ ତାରିଖ ଯାଏଁ ଜଳିବ। ଏପ୍ରିଲ ୨୪ ତାରିଖ ଯାଏଁ ଝାରସୁଗୁଡ଼ା ରହିବ ସବୁଠାରୁ ଉତ୍ତପ୍ତ। ଏହାସହ ଆଜିପାଇଁ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ପଶ୍ଚିମ ଓଡ଼ିଶାକୁ ନିସ୍ତାର ମିଳିବ ନାହିଁ। ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିବ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Weather | IMD | Jharsuguda

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe