Temperatures in Odisha Photograph: (Sambad )
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଥରେ ତାତି ଫେରିଛି। ରାଜ୍ୟବାସୀ ଆଜି ବର୍ଦ୍ଧିତ ତାପମାତ୍ରା ଅନୁଭବ କରିଛନ୍ତି। ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା କଷ୍ଟ ଅନୁଭବ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀରରେ ୪୨.୪, ଟିଟିଲାଗଡ଼ରେ ୪୨, ସମ୍ବଲପୁରରେ ୪୧.୯, ସୁନ୍ଦରଗଡ଼ରେ ୪୧.୮, ବୌଦ୍ଧରେ ୪୧.୫, ହୀରାକୁଦ ଓ ସୋନପୁରରେ ୪୧.୩, ନୂଆପଡ଼ାରେ ୪୧, ଭବାନୀପାଟଣାରେ ୪୦.୮ ଓ ରାଉରକେଲା ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଉପକୂଳ ଓଡ଼ିଶାରେ ମଧ୍ୟ ଆଜି ଖରା ଓ ଗରମ ଅନୁଭୂତ ହୋଇଛି। ଖରା ତୁଳନାରେ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିଛି। ଆକାଶରେ ମେଘୁଆ ଥିବାରୁ ଗୁଳୁଗୁଳିର ମାତ୍ରା ଅଧିକ ରହିଥିଲା। ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଉ ୪ ଦିନ ପରେ ତାପମାତ୍ରା ବଢ଼ିପାରେ।
IMD | Weather | temperature
Follow Us