କୋପ କଲେଣି ସୂର୍ଯ୍ୟ ଦେବତା! ଆଜି ରାଜ୍ୟର ସର୍ବାଧିକ ତାପାମାତ୍ରା ୩୮.୫ ଡିଗ୍ରି

ଜଳବାୟୁ ପରିବର୍ତ୍ତନ ଜୀବଜଗତ ଉପରେ ବଡ଼ଧରଣର ପ୍ରଭାବ ପକାଇଛି। ବସନ୍ତ ଋତୁରେ ଗ୍ରୀଷ୍ମର ଝଲକ ଦେଖିବାକୁ ମିଳୁଛି। ମାର୍ଚ୍ଚ ପହିଲାରୁ ଗ୍ରୀଷ୍ମ ଭଳି ପବନ ବହିବା ଆରମ୍ଭ ହୋଇଯାଇଛି। କହିବାକୁ ଗଲେ ବସନ୍ତ ଋତୁରେ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଉଛି।

ଅଦ୍ୟତନ ହୋଇଛି
Temperature

Temperature Photograph: (Sambad.in )

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଜୀବଜଗତ ଉପରେ ବଡ଼ଧରଣର ପ୍ରଭାବ ପକାଇଛି। ବସନ୍ତ ଋତୁରେ ଗ୍ରୀଷ୍ମର ଝଲକ ଦେଖିବାକୁ ମିଳୁଛି। ମାର୍ଚ୍ଚ ପହିଲାରୁ ଗ୍ରୀଷ୍ମ ଭଳି ପବନ ବହିବା ଆରମ୍ଭ ହୋଇଯାଇଛି। କହିବାକୁ ଗଲେ ବସନ୍ତ ଋତୁରେ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଉଛି। ଏବେଠୁ ତାତି ରେକର୍ଡ କରୁଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ଅସମ୍ଭାଳ ହେବାର ଆଶଙ୍କା ଦେଖାଯାଉଛି। କାରଣ ଧୀରେଧୀରେ ତାପମାତ୍ରା ବଢ଼ିବାରେ ଲାଗିଛି। ଗତକାଲି ତୁଳନାରେ ଆଜି କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ଘଟିଛି। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୩୭ ଡିଗ୍ରି ଉପରେ ରହିଛି। ଏଥିରେ ଟିଟିଲାଗଡ଼ରେ ୩୮.୫ ଡିଗ୍ରି ସହ ସ‌ର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡାରେ ୩୮.୨ ଡିଗ୍ରି, ସମ୍ବଲପୁରରେ ୩୭.୬ ଡିଗ୍ରି, ବଲାଙ୍ଗୀରରେ ୩୮.୦ ଡିଗ୍ରି, ସୋନପୁରରେ ୩୭.୭ ଡିଗ୍ରି, ଅନୁଗୁଳରେ ୩୭.୭ ଡିଗ୍ରି, ସୁନ୍ଦରଗଡ଼ରେ ୩୭.୫ ଡିଗ୍ରି, ଭବାନୀପାଟଣାରେ ୩୭.୨ ଡିଗ୍ରି, ହୀରାକୁଦରେ ୩୭.୧ ଡିଗ୍ରି, ବୌଦ୍ଧରେ ୩୭.୦ ଡିଗ୍ରି ଓ ବାରିପଦାରେ ୩୭.୦ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। 


ସହର    ଆଜି       

ଟିଟିଲାଗଡ଼      ୩୮.୫ ଡିଗ୍ରି
ଝାରସୁଗୁଡା     ୩୮.୨ ଡିଗ୍ରି 
ସମ୍ବଲପୁର      ୩୭.୬ ଡିଗ୍ରି 
ବଲାଙ୍ଗୀର      ୩୮.୦ ଡିଗ୍ରି 
ସୋନପୁର      ୩୭.୭ ଡିଗ୍ରି 
ଅନୁଗୁଳ         ୩୭.୭ ଡିଗ୍ରି 
ସୁନ୍ଦରଗଡ଼      ୩୭.୫ ଡିଗ୍ରି
ଭବାନୀପାଟଣା ୩୭.୨ ଡିଗ୍ରି
ହୀରାକୁଦ       ୩୭.୧ ଡିଗ୍ରି 
ବୌଦ୍ଧ           ୩୭.୦ ଡିଗ୍ରି 
ବାରିପଦା       ୩୭.୦ଡିଗ୍ରି   

ଏଥର ତାତି ନୂଆ ରେକର୍ଡ ଭାଙ୍ଗି ପାରେ। ମେ' ମାସରେ ତାତି ଅଧିକ ରହିପାରେ। ଦିନର ତାପମାତ୍ରା ୫୦ ଡିଗ୍ରି ସେଲସିୟସ ଅତିକ୍ରମ କରିପାରେ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ସହ ଖରାରେ ବାହାରକୁ ଯିବା ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଗ୍ରୀଷ୍ମ ଋତୁରେ ପାଣି ଅଭାବରୁ ଡିହାଇଡ୍ରେସନ୍ ଅନେକ ସମୟରେ ସମସ୍ୟାରେ ପରିଣତ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି ଅନେକ ରୋଗର ଶିକାର ହୋଇପାରେ। ପ୍ରବଳ ଗରମରୁ ନିଜକୁ ରକ୍ଷା କରିବାକୁ ଚାହୁଁଥିଲେ ସମ୍ପୂର୍ଣ୍ଣ ହାଇଡ୍ରେଟେଡ୍ ରହିବା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe