ଦୁଇ ଦଫା ଦାବି ନେଇ ଜେଏମ୍‌ଏମ୍ ପକ୍ଷରୁ ବିଶାଳ ଗଣ ବିକ୍ଷୋଭ ଓ ସାଧାରଣ ସଭା

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜନୈତିକ ଦଳର ଓଡିଶା ରାଜ୍ୟ ସଭାପତି ଅଂଜନୀ ସୋରେନଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦଫା ଦାବି ନେଇ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ।

ରାଇରଙ୍ଗପୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜନୈତିକ ଦଳର ଓଡିଶା ରାଜ୍ୟ ସଭାପତି ଅଂଜନୀ ସୋରେନଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦଫା ଦାବି ନେଇ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ନେତୃତ୍ବରେ ରାଇରଙ୍ଗପୁରସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ଛକଠାରୁ ଏକ ବିଶାଳ ସଭାଯାତ୍ରାରେ ବାହାରି ବାମନଘାଟୀ ଉପଖଣ୍ଡ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଗଣ ବିକ୍ଷୋଭ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ। ଏଥିରେ ଶତାଧିକ ଜେଏମଏମ୍ କର୍ମୀ ଉପସ୍ଥିତ ଥିଲେ।

ଜେଏମଏମ୍‌ର ଦୁଇ ଦଫା ଦାବି ଗୁଡ଼ିକ ହେଲା:- କିଛିଦିନ ପୂର୍ବରୁ ମୟୂରଭଂଜ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ୟେକ ପରିବାରକୁ ଅବିଳମ୍ବେ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ବିକାଶ ନାମରେ ପଂଚଂମ ଅନୁସୂଚିତ ଅଂଚଳ ଜମିରେ ଦୀର୍ଘଦିନରୁ ବସବାସ କରି ଆସୁଥିବା ଆଦିବାସୀ ମୂଳବାସୀମାନଙ୍କୁ ଉଚ୍ଛେଦ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। 

publive-image

ଯଦି ଆଦିବାସୀମାନଙ୍କୁ ଉଚ୍ଛେଦ କରାଯାଉଛି ତାହେଲେ ସେମାନଙ୍କ ନିମନ୍ତେ ଖାଦ୍ୟ ଓ ବାସଗୃହର ବ୍ୟବସ୍ଥା ପ୍ରଥମେ ବ୍ୟବସ୍ଥା କରାଯାଉ, ଆଦିବାସୀଙ୍କ ଉପରେ ସରକାର ଅତ୍ୟାଚାର ବନ୍ଦ କରନ୍ତୁ ବୋଲି ନାରାବାଜି ଦେଇଥିଲେ। ଗଣ ବିକ୍ଷୋଭକୁ ଜେଏମଏମ୍‌ର ରାଜ୍ୟ ସମ୍ପାଦକ ଦୁବରାଜ୍ ନାଗ୍‌, ରାଜ୍ୟ ସାଂଗଠନିକ ସମ୍ପାଦକ ସାଲୁ କିସ୍କୁ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ, ରାଜ୍ୟ ପ୍ରବ୍ୟକ୍ତା ସୁନିଲ୍ ମାଝୀ, ଜିଲ୍ଲା ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ୍‌, ଭୁବନ ଟୁଡୁ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ବିଦୁସ୍ମିତା ଦେଓ, ମୀନା ସୋରେନ୍‌, ଶିତଲ କିସ୍କୁ, ବରିଷ୍ଠ ନେତା ସୁଦାମ ହେମ୍ବ୍ରମ ପ୍ରମୁଖ ପରିଚାଳନା କରିଥିଲେ।

ଜେଏମଏମର ପାଗନ୍ ସୋରେନ୍‌, ରାମଚନ୍ଦ୍ର ମୁର୍ମୁ, ଛଟରାୟ ସୋରେନ୍‌, ମିଲନ ମହାନ୍ତ, ମନୋଜ କୁମାର, ରାହୁଲ ମୁର୍ମୁ, ସାଂଖ ମାଝୀ, ମଙ୍ଗଲା ମାରାଣ୍ଡିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଶେଷରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

politics | JMM 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe