ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବି‌କ୍ଷୋଭ ପ୍ରଦର୍ଶନ କରିବ ଜେଏମ୍‌ଏମ୍‌

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳର ରାଇରଙ୍ଗପୁରଠାରେ ଥିବା ଓଡ଼ିଶା ମୂଖ୍ୟ କାର୍ଯ୍ଯାଳୟରେ ମୟୂରଭଂଜ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆଙ୍କ ନେତୃତ୍ଵରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

IMG_20250723_191136

ରାଇରଙ୍ଗପୁର: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳର ରାଇରଙ୍ଗପୁରଠାରେ ଥିବା ଓଡ଼ିଶା ମୂଖ୍ୟ କାର୍ଯ୍ଯାଳୟରେ ମୟୂରଭଂଜ ଜିଲ୍ଲା ଉପସଭାପତି ଘନଶ୍ଯାମ ପିଙ୍ଗୁଆଙ୍କ ନେତୃତ୍ଵରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଶ୍ରୀ ପିଙ୍ଗୁଆ ଜୋର ଦେଇ କହିଥିଲେ ଯେ, ଗତ ୧୯ ଜୁଲାଇ କଣ୍ଟାବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ପରିସରରେ ରୁଙ୍ଗଟା ଶିଳ୍ପପ୍ରତିଷ୍ଠାନ ନିମନ୍ତେ ଇଡକୋ ଜମି ଅଧିକରଣ ନିମନ୍ତେ ଏକ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା।

ଏହି ପଲ୍ଲୀସଭାରେ ସପକ୍ଷବାଦୀ ଓ ବିପକ୍ଷବାଦୀମାନଙ୍କର ମତାମତକୁ ନେଇ ଦସ୍ତଖତ ନିଆଯାଇଥିଲା। କିନ୍ତୁ ଫଳାଫଳ ଘୋଷଣା ନେଇ ବିଶୁଙ୍ଖଳା ସୁଷ୍ଟି ହୋଇଥିଲା। ଫଳତଃ ପୋଲିସବାହିନୀ ଲାଠି ଚାଳନା କରିବା ଅତି ନିନ୍ଦନୀୟ। ଏହି ପଲ୍ଲୀସଭାକୁ ପୁନଃବାର କରିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦୁଢଦାବୀ କରୁଛି। କାରଣ ଇଡକୋ ଜମି ଅଧିଗ୍ରହଣ ନେଇ ପ୍ରଶାସନ ବହୁବାର ବିଫଳ ହୋଇଛି।

ଏ ଅଞ୍ଚଳର ବିକାଶ ପାଇଁ ହେଲେ ଆଗ ମାଟି କଥା ଭାବିବା ତାପରେ ପାର୍ଟି। ବିଗତ ଦିନରେ ସର୍ବଦଳୀୟ ସମ୍ମତିରେ ରେଳ ବିକାଶ ହୋଇଛି। ସର୍ବଦଳୀୟ ଏକତାର ପ୍ରଭାବରେ ରାଇରଙ୍ଗପୁର ଜିଲ୍ଲା ଗଠନ ପ୍ରୟାସ ଜାରି ରହିଥିବା ବେଳେ ଏ ଅଞ୍ଚଳର ଜନସାଧାରଣଙ୍କର ଦାବୀ ସରକାର ଶୁଣିଲେ ଏବଂ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷିତ ହେଲା।

ତେବେ ରାଇରଙ୍ଗପୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବଦଳୀୟ ବୈଠକ କାହିଁକି ହେବ ନାହିଁ? ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧିବାସୀମାନଙ୍କର ସୁରକ୍ଷାକୁ ଦୁଷ୍ଟିରେ ରଖି ଶିଳ୍ପର ବିକାଶ ପାଇଁ ଦଳଗତ ନିର୍ବିଶେଷରେ ଏକ ଶିଳ୍ପ ବିକାଶ କ୍ରିୟାନୁଷ୍ଠାନ କମିଟୀ ଗଠନ ନିମନ୍ତେ ଦୁଢଦାବୀ କରିଥିଲେ। ପରିଶେଷରେ ପୁନଃବାର ପଲ୍ଲୀସଭା କରାଯିବା ନେଇ ଆସନ୍ତା ସୋମବାର ୨୮ ଜୁଲାଇ ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯିବ ବୋଲି ଜେଏମଏମ ଚେତାବନୀ ଦେଇଛନ୍ତି। ଉକ୍ତ ବୈଠକରେ ଜେଏମଏମ କର୍ମୀ ଚନ୍ଦ୍ରମୋହନ ପିଙ୍ଗୁଆ ଓ କାଳୀଚରଣ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

JMM

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe