ଜଙ୍ଗଲର ନିଆଁ ଆୟତ୍ତ କଲେ ସାମ୍ବାଦିକ ଓ କାଉନସିଲର

Advertisment

ସାମ୍ବାଦିକ ଅମିତ ହୋତା, କରୁଣା ମହାନନ୍ଦିଆ, କୋରାପୁଟ ପୌର ପରିଷଦର କାଉନସିଲର କାଦମ୍ବିନୀ ସେଠୀ, ସନ୍ଧ୍ୟାରାଣୀ ଜେନା, ସମାଜସେବୀ ସୋମନାଥ ଜେନା ଏବଂ ଅନ୍ୟ ଜଣେ ସମାଜସେବୀ ଜାଗର ଉପଲକ୍ଷେ କୁଟିନି ପଦର ଶୈବ ପୀଠରେ ପୂଜାର୍ଚ୍ଚନା କରି କୋରାପୁଟ ଫେରୁଥିଲେ।

ସାମ୍ବାଦିକ ଅମିତ ହୋତା, କରୁଣା ମହାନନ୍ଦିଆ, କୋରାପୁଟ ପୌର ପରିଷଦର କାଉନସିଲର କାଦମ୍ବିନୀ ସେଠୀ, ସନ୍ଧ୍ୟାରାଣୀ ଜେନା, ସମାଜସେବୀ ସୋମନାଥ ଜେନା ଏବଂ ଅନ୍ୟ ଜଣେ ସମାଜସେବୀ ଜାଗର ଉପଲକ୍ଷେ କୁଟିନି ପଦର ଶୈବ ପୀଠରେ ପୂଜାର୍ଚ୍ଚନା କରି କୋରାପୁଟ ଫେରୁଥିଲେ।

Fire

Fire Photograph: (Sambad )

କୋରାପୁଟ: କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ରୁଢିଆମ୍ବ ଗ୍ରାମ ନିକଟ କୁମାରନି ଜଙ୍ଗଲରେ ଲାଗିଥୁବା ନିଆଁ ସାମ୍ବାଦିକ ଓ କିଛି ସମାଜସେବୀଙ୍କ ଦ୍ୱାରା ଆୟତ୍ତ ହୋଇପାରିଛି।

ସୂଚନା ଅନୁଯାୟୀ ସାମ୍ବାଦିକ ଅମିତ ହୋତା, କରୁଣା ମହାନନ୍ଦିଆ, କୋରାପୁଟ ପୌର ପରିଷଦର କାଉନସିଲର କାଦମ୍ବିନୀ ସେଠୀ, ସନ୍ଧ୍ୟାରାଣୀ ଜେନା, ସମାଜସେବୀ ସୋମନାଥ ଜେନା ଏବଂ ଅନ୍ୟ ଜଣେ ସମାଜସେବୀ ଜାଗର ଉପଲକ୍ଷେ କୁଟିନି ପଦର ଶୈବପୀଠରେ ପୂଜାର୍ଚ୍ଚନା କରି କୋରାପୁଟ ଫେରୁଥିଲେ। ପେରିବା ସମୟରେ ସେମାନେ ରୁଢିଆମ୍ବ ନିକଟ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗି ପ୍ରାୟ ୫୦୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପି ଯାଇଥିବା ଦେଖିବାକୁ ପାଇଥିଲେ।

ବନ ବିଭାଗ ଓ ଅଗ୍ନିଶମ ବିଭାଗ ପହଚିଂବା ସମୟ ସାପେକ୍ଷ ଥିବା କାରଣରୁ ସେମାନେ ଉପସ୍ଥିତ ବୁଦ୍ଧି ଖଟାଇ ନିକଟସ୍ଥ ଗଛ ଡାଳ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ। ପ୍ରାୟ ଘଣ୍ଟାଏ କାଳ ପରି ଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

ସାମାଜିକ ଦାୟିତ୍ବ ବୋଧ ଓ ପରିବେଶକୁ ଭଲ ପାଉଥିବାରୁ ଏଭଳି ଏମାନେ କରିଥିଲେ। ଆଗାମୀ ଦିନରେ ଏଭଳି ଅନ୍ୟମାନେ ରାସ୍ତାରେ ଯିବା ସମୟରେ ଏଭଳି ନିଆଁ ଲାଗିବା ଦେଖିଲେ ଲିଭାଇ ବୃକ୍ଷକୁ ବଂଚାଇ ପରିବେଶର ସୁରକ୍ଷା କରିବାକୁ ଅନୁରୋଧ କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe