ସାମ୍ବାଦିକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନେଇ ଦାବି

ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ଗ୍ରାମ ନିକଟରେ ଖବର ସଂଗ୍ରହ ପାଇଁ ଯାଇଥିବା କେତେକ ସାମ୍ବାଦିକମାନଙ୍କ ଉପରେ କିଛି ଦୃର୍ବୁତ୍ତ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ।

Mkg Sambadik sangh dabi patra pradan (2)

ମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ଗ୍ରାମ ନିକଟରେ ଖବର ସଂଗ୍ରହ ପାଇଁ ଯାଇଥିବା କେତେକ ସାମ୍ବାଦିକମାନଙ୍କ ଉପରେ କିଛି ଦୃର୍ବୁତ୍ତ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସି ଏଚ ନରେଶ କୁମାର ନାମକ ଜଣେ ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ଖଣ୍ଡାରେୃ ତାଂକ ଉପରେ ଆକ୍ରମଣ ହୋଇଥିଲା। ସେ ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ପଡି ରହିଥିଲେ। ବହୁ ବିଳମ୍ବରେ ତାଂକୁ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଂକୁ ମୃତ୍ୟୁ ଘୋଷଣା କରିଥିଲେ।

ମାଲକାନଗିରି ପରି ଗୋଟିଏ ଶାନ୍ତି ପ୍ରିୟ ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କ ସହ ସମସ୍ତ ଜିଲ୍ଲାବାସୀ ସ୍ତମ୍ଭିଭୂତ ଏବଂ ମର୍ମାହତ ହୋଇଛନ୍ତି। ସବୁ ମହଲରେ ଏହି ଘଟଣାର ନିନ୍ଦା କରାଯିବା ସହିତ ହତ୍ୟାକାଣ୍ଡରେ ସାମିଲ ସମସ୍ତ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ସମସ୍ତେ ସରକାରଙ୍କୁ ନିବେଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟିସର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସଂଘର ସମସ୍ତ ସାମ୍ବାଦିକମାନେ ଅଭିଯୁକ୍ତମାନଙ୍କୁ  ଯଥାଶୀଘ୍ର ଗିରଫ କରି କୋଠର ଦଣ୍ଡ ଦେବାକୁ ଦାବି କରିଥିଲେ। ଏଥିସହ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଦାବି ନେଇ ପଦଯାତ୍ରା କରି ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦ କରି, ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଗୋଟିଏ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ଏବଂ ସ୍ମାରକ ପତ୍ର ପ୍ରଦାନ ବେଳେ ଏମ ୟୁ ଜେ ର ସମ୍ପାଦକ ଶରତ ଚନ୍ଦ୍ର ମହାରଣା, ଯୁଗ୍ମ ସମ୍ପାଦକ ଅସୀମ ବିଶ୍ବାସ ଓ ରେବେଲ ପ୍ରକାଶ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ସାନା,ମାଲକାନଗିରି ବ୍ଲକ ସଭାପତି ଶିବପ୍ରସାଦ କୀର୍ତ୍ତନୀୟା,ଏ ଈଶ୍ୱର ରାଓ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଳ,ପ୍ରଭାସ କୁମାର ପଣ୍ତା, ମହେନ୍ଦ୍ର ପାଣିଗ୍ରାହୀ, ପ୍ରତାପ ମିଶ୍ର,କୃଷ୍ଣ ରାୟ,କବିରାଜ ନାଏକ, ବିକ୍ରମ କେଶରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

murder | Crime | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe