ସାମ୍ବାଦିକଙ୍କୁ ପିଇଓଙ୍କ ହତ୍ୟା ଧମକ: ଥାନାରେ ମାମଲା ପରେ ଗିରଫ

ଆବାସ ପାଇଁ ଲାଞ୍ଚ ମାଗିବାର ଖବର ପ୍ରସାରଣ ପରେ ଜଣେ ସାମ୍ବାଦିକଙ୍କୁ ପିଇଓଙ୍କ ହତ୍ୟା ଧମକ ଦେଇଥିବା ଜଣାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ପିଇଓଙ୍କୁ ଉଠାଇ ନେଇ ବିଂଝାରପୁର ପୁଲିସ ଅଟକ ରଖିଛି।

New Project (18)

ଯାଜପୁର: ଆବାସ ପାଇଁ ଲାଞ୍ଚ ମାଗିବାର ଖବର ପ୍ରସାରଣ ପରେ ଜଣେ ସାମ୍ବାଦିକଙ୍କୁ ପିଇଓଙ୍କ ହତ୍ୟା ଧମକ ଦେଇଥିବା ଜଣାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ପିଇଓଙ୍କୁ ଉଠାଇ ନେଇ ବିଂଝାରପୁର ପୁଲିସ ଅଟକ ରଖିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିତନା ପଞ୍ଚାୟତର ପିଇଓ ସୁଶାନ୍ତ କୁମାର ସାହୁ ଆବାସ ଯାଞ୍ଚ ପାଇଁ ଯାଇଥିବା ସମୟର ମଦ ପିଇବାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

ଭିଡ଼ିଓ ଭାଇରାଲ ହେବା ପରେ ଖବର ପ୍ରସାରଣ କରିଥିଲେ ଜନୈକ ସାମ୍ବାଦିକ। ତେବେ ଖବର ପ୍ରସାରଣ ପରେ ଫୋନ୍ କରି ହତ୍ୟା ଧମକ ଦେଇଛନ୍ତି ସମ୍ପୃକ୍ତ ପିଇଓ ସୁଶାନ୍ତ ସାହୁ। ଟ୍ରକ୍ ଚଢ଼ାଇ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ତେବେ ନିଜର ସୁରକ୍ଷା ପାଇଁ ସାମ୍ୱାଦିକ ରାଣା ପ୍ରତାପ ମହାପତ୍ର ବିଞ୍ଝାରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ତେବେ ଏଭଳି ଅଭିଯୋଗ ନୂଆ ନୁହେଁ ମଦ ପିଇବା ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି। ଏହି ଘଟଣା ପରେ ଉକ୍ତ ପିଇଓ ସୁଶାନ୍ତ କୁମାର ସାହୁଙ୍କୁ ବିଂଝାରପୁର ପୁଲିସ ଅଟକ  କରିଛିl

ଆବାସ ତଦନ୍ତରେ ଯାଇ ବିତନା ପଞ୍ଚାୟତର ପିଇଓ ସୁଶାନ୍ତ କୁମାର ସାହୁ ହିତାଧିକାରୀଙ୍କଠାରୁ ମଦ ମାଗି ପିଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ସାମ୍ବାଦିକ ରାଣାପ୍ରତାପ ମହାପାତ୍ର ଖବର ପ୍ରସାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପିଇଓ ଶ୍ରୀ ସାହୁ ରାଣାପ୍ରତାପଙ୍କୁ ହତ୍ୟା ଧମକ ଦେଇଥିଲେ।  ଥାନାରେ ଅଭିଯୋଗ ପରେ ଗତକାଲି ବିଂଝାରପୁର ପୁଲିସ ୩୭୯/୨୫ରେ ଏକ ମାମଲା ରୁଜୁ କରିଥିଲା। ଆଜି ଶ୍ରୀ ସାହୁଙ୍କୁ ଗିରଫ କରିଛି। 

Jajpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe