ଯାଜପୁରରେ ଟାଟା କମ୍ପାନି ୬୩ ହଜାର କୋଟି ନିବେଶ କରିବ: ଶିଳ୍ପମନ୍ତ୍ରୀ

ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ।

sampad swain

sampad swain Photograph: (sambad.in)

ଭୁବନେଶ୍ବର: ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦ୍‌ଘାଟନ କରିବେ। କେବଳ ଟାଟା କଂପାନିର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ବୁଝାମଣାପତ୍ର ସ୍ବାକ୍ଷର (ଏମ୍‌ଓୟୁ) ନ କରି ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି। ଜେଏସ୍‌ଡବ୍ଲ୍ୟୁ ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆଗକୁ ଗ୍ରାଉଣ୍ଡିଂ ହେବ। ଜଗତସିଂପୁରରେ ପୋସ୍କୋ ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ ପ୍ଲାଣ୍ଟ କରୁଛି। କାମ ଆରମ୍ଭ ହେଲାଣି। ଏଏମ୍‌ଏନ୍‌ଏସ୍‌ ପାରାଦ୍ଵୀପରେ କାମ ଆରମ୍ଭ କରିଛି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି।

ଯାଜପୁରରେ ଟାଟା କଂପାନି ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

-ସଂପଦ ସ୍ବାଇଁ, ଶିଳ୍ପମନ୍ତ୍ରୀ

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତବର୍ଷ ୧ ତାରିଖରେ କହିଥିଲେ, କିଛି ମାସ ପୂର୍ବରୁ ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶାର ରୋଡ୍‌ ସୋ’ର ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ମୁଁ ଯୋଗ ଦେଇଥିଲି। ସେହି ସମୟରେ ଉଭୟ ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ସହିତ ଆଲୋଚନା କରିଥିଲି। ଏବେ ଏହି ୨ କଂପାନି ବୁଝାମଣା ପତ୍ର ସ୍ବାକ୍ଷର କରିିଛନ୍ତି। ସେମାନେ କେନ୍ଦୁଝରରେ ଷ୍ଟିଲ କାରାଖାନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। 

ଜେଏସ୍‌ଡବ୍ଲ୍ୟୁ ସହ ପୋସ୍କୋ ଏମ୍‌ଓୟୁ କରିବା ପରେ ରାଜ୍ୟରେ ଷ୍ଟିଲ କାରଖାନା ନେଇ ଚର୍ଚ୍ଚା ଜୋର ଧରିଥିଲା। ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ମିଳିବାର ଆଶା ଦେଖାଯାଉଛି। ଏହି କାରଖାନା ଗଢ଼ିବା ଦ୍ବାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିବ ବୋଲି ଆଶଙ୍କା କରାଯାଉଛି। 

Tags : Sampad Swain not

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe