ରାଇରଙ୍ଗପୁର: ଗତ ୧୯ ତାରିଖ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପ୍ରଶାସନ ପକ୍ଷରୁ ରୁଙ୍ଗଟା ପ୍ରାଇଭେଟ୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା ନେଇ କଣ୍ଟାବଣି ଗ୍ରାମରେ ଏକ ପଲ୍ଲୀସଭା ବୈଠକ ହୋଇଥିଲା। ଏଥିରେ ରୁଙ୍ଗଟା ପ୍ରାଇଭେଟ୍ ଫ୍ୟାକ୍ଟ୍ରି ସପକ୍ଷବାଦୀ ଓ ବିପକ୍ଷବାଦୀମାନଙ୍କର ଦସ୍ତଖତ ନିଆ ଯାଇଥିଲା। କମ୍ପାନି ବିରୋଧରେ ଥିବା ଲୋକମାନେ ଯେତେବେଳେ ସପକ୍ଷରେ କେତେ ଓ ବିପକ୍ଷରେ କେତେ ଦସ୍ତଖତ ହୋଇଛି ଏହାର ଫଳାଫଳ ଜାଣିବାକୁ ଚାହିଁବାରୁ ପୁଲିସ ଦ୍ବାରା ଲୋକମାନଙ୍କ ଉପରେ ଲାଠିଚାଳନା କରାଯାଇଥିଲା।
ଏହି ସମୟରେ ପଲ୍ଲୀସଭାର ଖବର ସଂଗ୍ରହ ପାଇଁ ଆସିଥିବା ସାନ୍ତାଳୀ ରିପୋର୍ଟର ବାରିଆଳ ହେମ୍ବ୍ରମଙ୍କୁ ପୁଲିସ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ପୁଲିସର ଏହି ବର୍ବରତ ଆକ୍ରମଣରେ ବାରିଆଳର ମୁଣ୍ଡ ଫାଟି ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ନିରୀହ ଆଦିବାସୀ ସାନ୍ତାଳୀ ରିପୋର୍ଟର ବାରିଆଲ ହେମ୍ବ୍ରମଙ୍କୁ କାହିଁକି ପୁଲିସ୍ ଦ୍ବାରା ପ୍ରାଣାନ୍ତକ ଆକ୍ରମଣ କରାଗଲା ଓ କେଉଁ ପୁଲିସ ବାରିଆଳର ମୁଣ୍ଡ ପିଟି ଫଟାଇଲା। ଏହାର ନ୍ୟାୟିକ ତଦନ୍ତ ଦାବି କରାଯାଇ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ଓ ମୟୂରଭଞ୍ଜ ସୁରକ୍ଷା ସେନା ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ବରେ ମୟୂରଭଞ୍ଜ ଏସ.ପିଙ୍କୁ ଭେଟି ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି ଓ ଯେଉଁ ପୁଲିସ ବାରିଆଳର ମୁଣ୍ଡ ପିଟି ଫଟାଇଛି ତା ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରାଯାଇଛି।
Mayurbhanj
Follow Us