ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ନିକଟସ୍ଥ ଚଢେଇପାହାଡି ଗ୍ରାମପଞ୍ଚାୟତ ଡୁମୁରୀକୁଦର ଗ୍ରାମର ମା କାଳୀ ସେବାଶ୍ରମରେ ଆଡମ୍ବର ସହକାରେ ୨୪ ବର୍ଷ ଧରି କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ତିନିଦିନ ଧୂମଧାମରେ ପାଳନ କରାଯାଇଥାଏ।
ସୂଚନାଯୋଗ୍ୟ ଯେ ଉକ୍ତ ପୂଜାସ୍ଥଳୀର ପୂଜକ ରତ୍ମାକର ହେମ୍ବ୍ରମ ଓରଫ ଗୟା ବାବା ୨୦୦୦ ମସିହାରୁ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ପୂଜାସ୍ଥଳୀରେ ମା କାଳୀଙ୍କ ନିକଟରେ ଯଦି କେହି ମାନସିକ କରେ ତାର ମନସ୍କାମନା ପୁରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି ଫଳରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ଏଠାରେ ରାତ୍ର ମନୋରଂଜନ ପାଇଁ ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ତିରିଂ ବ୍ଲକ୍ ଗିତିଲତା ପଂଚାୟତର ସରପଂଚ ଭାଦାଉ ହାଁସଦାଃ, ସମ୍ମାନିତ ଅତିଥି ଭାବେ ଚଢେଇପାହାଡ଼ି ସରପଞ୍ଚ ସମବାରୀ ମୁଣ୍ଡା, ସମିତି ସଭ୍ୟା କୁନି ମୁଣ୍ଡା, ପୂର୍ବତନ ସରପଞ୍ଚ ସାମାୟ ମୁଣ୍ଡା, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।
ପୂଜାସ୍ଥଳୀକୁ ଭଲ ରାସ୍ତା ନଥିବାରୁ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏଣୁ ଯଥାଶୀଘ୍ର ରାସ୍ତାର ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବି କରୁଛନ୍ତି।
ସୂଚନାଯୋଗ୍ୟ ଯେ ଉକ୍ତ ପୂଜାସ୍ଥଳକୁ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ମାନସିକ କରିଥାନ୍ତି। ଗ୍ରାମର ମାଝୀ ବାବାକୁଆଁର କିସ୍କୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମା କାଳୀ ସେବାଶ୍ରମର ବାବା ରତ୍ନାକର ହେମ୍ବ୍ରମ, ସଭାପତି କାଶିନାଥ ମାରାଣ୍ଡି, ଉପସଭାପତି ଦୂର୍ଗାଚରଣ ମୁର୍ମୁ, ସମ୍ପାଦକ ଭଜୁରାମ ହାଁସଦାଃ, ସହସମ୍ପାଦକ ଜୁଝର୍ ସୋରେନ ପ୍ରମୁଖ ପରିଚାଳନା କରିଥିବା ବେଳେ ସଦସ୍ୟ ଲାଲଚରଣ ମାରାଣ୍ଡି, ବାରିଆଲ ସୋରେନ, ଠାକୁରଦାସ ହାଁସଦାଃ, ଭାଗମାତ୍ ହାଁସଦାଃ, ପୁକୁଲି ମୁଣ୍ଡା, ଫୁଲମଣି ସୋରେନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ତେବେ ଆସନ୍ତାବର୍ଷ ସେବାଶ୍ରମ ପକ୍ଷରୁ ରୌପ ଜୟନ୍ତୀ ପାଳନ କରାଯିବ ବୋଲି ଗୟା ବାବା ପ୍ରକାଶ କରିଛନ୍ତି।
Follow Us