କଣ୍ଡୁରୀ ଜେଜ ଅୟସକାନ୍ତ ସ୍ବାଇଁଙ୍କ ପରଲୋକ

Advertisment

ଆଉ ନାହାନ୍ତି କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟସକାନ୍ତ ସ୍ବାଇଁI ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛିI ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟେଶକାନ୍ତ।

ଆଉ ନାହାନ୍ତି କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟସକାନ୍ତ ସ୍ବାଇଁI ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛିI ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟେଶକାନ୍ତ।

Ayashkant Swain

Ayashkant Swain Photograph: (Sambad )

ଭୁବନେଶ୍ବର: ଏକ ଦୁଃଖଦ ଖବର। ଆଉ ନାହାନ୍ତି କଳିଙ୍ଗ ଟିଭିର କଣ୍ଡୁରୀ ଜେଜ ଅୟସକାନ୍ତ ସ୍ବାଇଁI ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛିI ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟେଶକାନ୍ତ। ଆଜି ରିହରସାଲ ବେଳେ ଡାଇଲଗ୍ କହୁ କହୁ ହଠାତ୍ ତଳେ ପଡ଼ିଗଲେ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ଡାକ୍ତରଖାନାକୁ ଅଣା ଯାଇଥିଲାI ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେI

କଳିଙ୍ଗ ଟିଭିର ସଚେତନତାମୂଳକ, ହାସ୍ୟରସାତ୍ମକ ଲୋକପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜର ମୁଖ୍ୟ କଳାକାର ଥଲେ ଅୟେଶକାନ୍ତ। ଦ୍ବୈତ ଭୂମିକାର ତାଙ୍କ ଚିତ୍ତାକର୍ଷକ ଅଭିନୟ ଖୁବ କମ ଦିନରେ ତାଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା। କୋଭିଡ ସମୟର ‘କରୋନା ଜେଜ ଏବଂ ପରେ କଣ୍ଡୁରୀ ଜେଜ ଭାବରେ ନିୟମିତ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ଜିଣି ଆସୁଥିଲେI ବିଶେଷ କରି ହାସ୍ୟରସାତ୍ମକ ଶୈଳୀରେ ସମାଜକୁ ସଚେତନ କଲା ଭଳି ତାଙ୍କର ନିଖୁଣ ଅଭିନୟକୁ ସମସ୍ତେ ପସନ୍ଦ ଓ ପ୍ରଶଂସା କରୁଥିଲେ, ଯେଉଁଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତିI 

କଳିଙ୍ଗ ଟିଭିର ସଚେତନତାମୂଳକ, ହାସ୍ୟରସାତ୍ମକ ଲୋକପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜର ମୁଖ୍ୟ କଳାକାର ଥଲେ ଅୟେଶକାନ୍ତ। ଦ୍ବୈତ ଭୂମିକାର ତାଙ୍କ ଚିତ୍ତାକର୍ଷକ ଅଭିନୟ ଖୁବ କମ ଦିନରେ ତାଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା। କୋଭିଡ ସମୟର ‘କରୋନା ଜେଜ ଏବଂ ପରେ କଣ୍ଡୁରୀ ଜେଜ ଭାବରେ ନିୟମିତ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ଜିଣି ଆସୁଥିଲେ।

ତାଙ୍କର ଅକାଳ ବିୟୋଗରେ କଳିଙ୍ଗଟିଭି ପରିବାର ମର୍ମାହତ ହେଇଛନ୍ତି। ଅୟସକାନ୍ତଙ୍କ ପରଲୋକରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତିI ସେହିପରି କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏବଂ ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତିI

Bhubaneswar | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe