Laxman bag Photograph: (sambad.in)
କଣ୍ଟାବାଞ୍ଜି: ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ବିପୁଳ ସମର୍ଥନ ଜଣାଇଛନ୍ତି। ଭାରତୀୟ ବାୟୁସେନାର ସଫଳ ଉଦ୍ୟମକୁ ଶ୍ରୀ ବାଗ୍ ପ୍ରଶଂସା କରିଛନ୍ତି। ଏଥି ସହିତ ସେ ୩ ମାସର ନିଜ ଦରମାକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାବରେ ଅନୁଷ୍ଠିତ ହୋଇଥିଲା।
ନିଜର ୩ ମାସର ଦରମାକୁ ଦାନ ଦେଇଥିବା ନେଇ ଶ୍ରୀ ବାଗ୍ କହିଛନ୍ତି, ‘ଅପରେସନ ସିନ୍ଦୂର’ର ସଫଳତା ନେଇ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟ ୩ ମାସର ଦରମା ଦେଇଛି। କାର୍ଯ୍ୟକ୍ରମରେ ତହସିଲଦାର ବିଶ୍ବନାଥ ଖାଲକୋ, ବିଜେପି ନେତା ଶିବାଜୀ ମହାନ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ସାଧାରଣ ନିର୍ବାଚନରେ ଲକ୍ଷ୍ମଣ ବାଗ୍ ଚର୍ଚ୍ଚାକୁ ଆସିଥିଲେ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ସେ ବିଜେପି ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ ନବୀନଙ୍କୁ ଶ୍ରୀ ବାଗ୍ ୧୬,୩୨୧ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଲକ୍ଷ୍ମଣ ବାଗ୍ ୯୦,୫୯୦୪ ଖଣ୍ଡ ଭୋଟ ପାଇଥିବା ବେଳେ ନବୀନ ୭୪,୨୭୩ ଖଣ୍ଡ ଭୋଟ ପାଇଥିଲେ। ସବୁଠାରୁ ରୋଚକ ଦୃଶ୍ୟ ଓଡ଼ିଶା ବିଧାନସଭାର ୩ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଦେଖିବାକୁ ମିଳିଥିଲା। ଗତବର୍ଷ ଜୁନ ୧୮ରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ଲକ୍ଷ୍ମଣ ବାଗ୍ କଥାବାର୍ତ୍ତା ହୋଇଥିଲେ। ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ଲକ୍ଷ୍ମଣ ହୋଇଯାଇଥିଲେ। ଆଉ ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ। ପରିଚୟ ପାଇ ନବୀନ ଲକ୍ଷ୍ମଣ ବାଗ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନବୀନ ଲକ୍ଷ୍ମଣଙ୍କୁ କହିଥିଲେ, ଓଃ ୟୁ ଡିଫିଟେଡ ମି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
Balangir
  
 Follow Us