Khamenei reappears ଗୁଜବରେ ପୂର୍ଣ୍ଣଛେଦ: ଖୁମିନିଙ୍କ ସମାଧିସ୍ଥଳରେ ଅଲୀ ଖେମିନି, ଇରାନରେ ଇସଲାମିକ ବିପ୍ଳବ ପାଳନ ଘୋଷଣା

Advertisment

ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଓ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ତେହେରାନରେ ଏକ ସାର୍ବଜନୀନ ସ୍ଥଳରେ ଉପସ୍ଥିତ ହୋଇଥିଲେ।

ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଓ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ତେହେରାନରେ ଏକ ସାର୍ବଜନୀନ ସ୍ଥଳରେ ଉପସ୍ଥିତ ହୋଇଥିଲେ।

Untit

Khamenei reappears in public for Islamic Republic's 47th anniversary celebrations Photograph: (sambad.in)

ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଓ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ମଧ୍ୟରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ତେହେରାନରେ ଏକ ସାର୍ବଜନୀନ ସ୍ଥଳରେ ଉପସ୍ଥିତ ହୋଇଥିଲେ। ଖେମିନି ତାଙ୍କ ଗୁରୁ ତଥା ପୂର୍ବତନ ସର୍ବୋଚ୍ଚ ନେତା ରୁହୋଲ୍ଲା ଖୁମିନିଙ୍କ ସମାଧିସ୍ଥଳ ପରିଦର୍ଶନ କରି ଫାତିହା ପାଠ କରିଥିଲେ। ତାଙ୍କର ଉପସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି କାରଣ ସାମ୍ପ୍ରତିକ ସମୟରେ, ସେ ଦେଶ ଛାଡି ପଳାୟନ କରିଥିବା ଗୁଜବ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଯାହାକୁ ସେ ଏହି ସାର୍ବଜନୀନ କାର୍ଯ୍ୟକ୍ରମ ମାଧ୍ୟମରେ ବିରାମ ଦେଇଛନ୍ତି।

ଇସଲାମିକ୍ ବିପ୍ଳବର ୪୭ତମ ବାର୍ଷିକୀ

୧୯୭୯ ଇସଲାମିକ ବିପ୍ଳବର ୪୭ତମ ବାର୍ଷିକୀ ଉପଲକ୍ଷେ ଆନୁଷ୍ଠାନିକ ଭାବେ ଉତ୍ସବ ଆରମ୍ଭ ଘୋଷଣା କରିଛନ୍ତି ଆୟାତୋଲ୍ଲା ଖେମିନି । ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଇମାମ ଖୁମିନିଙ୍କ ସମାଧିରେ ପ୍ରାର୍ଥନା କରୁଥିବାର ଦେଖାଯାଉଛି। ଏହି ଉତ୍ସବ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ନିଜର ଇତିହାସର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛି।

ଆମେରିକାର ଘେରାବନ୍ଦୀ

ଆମେରିକା ସେନା ଏଫ୍‌-୩୫ ଜେଟ୍, ବିମାନ ବାହକ ଓ ୧୨ରୁ ଅଧିକ ସି-୧୭ ଓ ସି-୫ ସାମରିକ ବିମାନ ବ୍ୟବହାର କରି ଇରାନ ନିକଟବର୍ତ୍ତୀ ଘାଟିଗୁଡ଼ିକରେ ଅସ୍ତ୍ରଶସ୍ତ୍ର ମୁତୟନ କରିବା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: Encounter At Barbil ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବଡ଼ ଧରଣର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର

ଟ୍ରମ୍ପଙ୍କ ଧମକ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ଧରି ଆକ୍ରମଣାତ୍ମକ ଓ ଚିନ୍ତାଜନକ ମନ୍ତବ୍ୟ ଜାରି କରି ଆନ୍ତର୍ଜାତୀୟ ଚିନ୍ତା ବଢାଇ ଦେଇଛନ୍ତି। ତାଙ୍କର ମନ୍ତବ୍ୟ ଯୋଗୁ ଆମେରିକା ଯେକୌଣସି ସମୟରେ ଇରାନ ବିରୋଧରେ ବଡ ଓ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ, ରବିବାର ତେହେରାନ ଉପରେ ଏକ ସମ୍ଭାବ୍ୟ ଆକ୍ରମଣ ହୋଇପାରେ

ଦେଶରେ ଆଶାନ୍ତି

ସାମରିକ ବିପଦ ବ୍ୟତୀତ, ଖେମିନିଙ୍କ ଶାସନ ଦେଶ ଭିତରେ ମଧ୍ୟ ଘେରାବନ୍ଦୀରେ ଅଛି। ଗତ ମାସ ଧରି ମୁଦ୍ରାସ୍ଫୀତି ଓ ଇରାନ ଟଙ୍କାର ହ୍ରାସ ବିରୋଧରେ ବ୍ୟାପକ ପ୍ରତିବାଦ ଦେଖାଯାଉଛି। ମାନବାଧିକାର ସଂଗଠନ ଅନୁଯାୟୀ, ଏହି ପ୍ରତିବାଦରେ ଏପର୍ଯ୍ୟନ୍ତ ୪,୫୧୯ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪,୨୫୧ ଜଣ ପ୍ରତିବାଦକାରୀ ମଧ୍ୟ ଅଛନ୍ତି। ସରକାରଙ୍କ ସହିଦ୍ ଫାଉଣ୍ଡେସନ୍ ମୃତକଙ୍କ ସଂଖ୍ୟା ୨,୪୨୭ ବୋଲି କହିଛି।ପ୍ରତିବାଦକାରୀଙ୍କ ପ୍ରତି ଟ୍ରମ୍ପ ପ୍ରଶାସନର ଖୋଲା ସମର୍ଥନ ଶାସକ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe