ପ୍ରଭାବ: ଖବର ପ୍ରକାଶନର ୧୨ ଘଣ୍ଟା ଭି‌ତରେ ମରାମତି ହେଲା ବିପଦପୂର୍ଣ୍ଣ ରାସ୍ତା

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଲାସିଙ୍ଗା ଓ ମର୍ଯ୍ୟାଦାପୁର ମଝିରେ ଥିବା ସାଲୁଙ୍କି ପୋଲର ମର୍ଯ୍ୟାଦପୁର ପାର୍ଶ୍ୱରେ ଥିବା ବିପଦପୂର୍ଣ୍ଣ ଲୁହା ଏଙ୍ଗଲ ନେଇ ଦୈନିକ ‘ସମ୍ବାଦ’ରେ ମଙ୍ଗଳବାର ଖବର ପ୍ରକାଶ ପାଇବା ପରେ ୧୨ ଘଣ୍ଟା ମଧ୍ୟରେ ଏହା ମରାମତି ହୋଇଛି।

Road repaire

NH 57 repairing. Photograph: (sambad.in)

ଜହ୍ନାପଙ୍କ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଲାସିଙ୍ଗା ଓ ମର୍ଯ୍ୟାଦାପୁର ମଝିରେ ଥିବା ସାଲୁଙ୍କି ପୋଲର ମର୍ଯ୍ୟାଦପୁର ପାର୍ଶ୍ୱରେ ଥିବା ବିପଦପୂର୍ଣ୍ଣ ଲୁହା ଏଙ୍ଗଲ ନେଇ ଦୈନିକ ‘ସମ୍ବାଦ’ରେ ମଙ୍ଗଳବାର ଖବର ପ୍ରକାଶ ପାଇବା ପରେ ୧୨ ଘଣ୍ଟା ମଧ୍ୟରେ ଏହା ମରାମତି ହୋଇଛି। ଏନ୍‌ଏଚଏଆଇ ପକ୍ଷରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ମନେ କରି ମଙ୍ଗଳବାର ଦିନ ପୂର୍ବାହ୍‌ଣ ୧୦ଟାରେ ମରାମତି କରାଯାଇଛି। 

ଏଠାରେ ଲୁହା ଏଙ୍ଗଲ ଉପରକୁ ଟେକି ହୋଇ ରହିଥିଲା। କେତେବେଳେ ଯେ ଏହା ଦୁର୍ଘଟଣାକୁ ଆମନ୍ତ୍ରଣ କରିବ କହି ହେବ ନାହିଁ। ଦିନରେ ଦୁଇ ଚକିଆ ଓ ଚାରିଚକିଆ ଯାନ ପାର୍ଶ୍ୱ କାଟି ନେଉଥିବା ବେଳେ ରାତିରେ ଏହା ବିପଦ ହେବ ବୋଲି ମେ’ ୨୦ ତାରିଖ ‘ସମ୍ବାଦ’ରେ ବିପଦକୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ ଶିରୋନାମାରେ ଖବର ପ୍ରକାଶନ ପରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏଆଇ) ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା। ମଙ୍ଗଳବାର ସକାଳେ ଏହାର ମରାମତି କରାଯାଇଛି। ଫଳରେ ଏହି ରାସ୍ତା ଦେଇ ହଜାର ହଜାର ଯାନ ବାହାନ ଚଳାଚଳ କରୁଥିବା ଚାଳକମାନେ ନିଜକୁ ସୁରକ୍ଷିତ ମଣିଛନ୍ତି। ‘ସମ୍ବାଦ’ର ଏଭଳି ପ୍ରୟାସକୁ ଲୋକେ ପ୍ରଶଂସା କରିଛନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୂର୍ବ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବାର ଅନ୍ୟତମ ବଳିଷ୍ଠ ଯୋଗାଯୋଗ ମାଧ୍ୟମ। ଏହି ରାସ୍ତା ପଶ୍ଚିମ ଓଡିଶା ପାଇଁ ଏହି ରାସ୍ତା ଦ୍ବିତୀୟ ହୃଦୟ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସୂଚନାଯୋଗ୍ୟ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୂର୍ବ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବାର ଅନ୍ୟତମ ବଳିଷ୍ଠ ଯୋଗାଯୋଗ ମାଧ୍ୟମ। ଏହି ରାସ୍ତା ପଶ୍ଚିମ ଓଡିଶା ପାଇଁ ଏହି ରାସ୍ତା ଦ୍ବିତୀୟ ହୃଦୟ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟେହ ଏହି ରାସ୍ତା ଦେଇ ହଜାର ହଜାର ଯାନ ବାହାନ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୁଳ, ରାଉରକେଲା, ଭବାନୀପାଟଣା, ରାୟଗଡା, ରାୟପୁର, କୋରାପୁଟ, କଳାହାଣ୍ଡିକୁ ଚଳାଚଳ କରୁଛୁ। ଦୁଇ ମାସ ତଳେ ଏହି ସ୍ଥାନରେ ଏକ ବିପଦ ପୂର୍ଣ୍ଣ ଗର୍ତ୍ତ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଏହାକୁ ମରାମତି କରାଯାଇଥିଲା।  

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe