ବୌଦ୍ଧରେ ଟନେଲ୍‌ ଭୁଶୁଡ଼ିବା ଘଟଣା‌ ନେଇ ପୂର୍ବତଟ ରେଳପଥର ସ୍ପଷ୍ଟୀକରଣ

Advertisment

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗରର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର-୪ରେ ଢିଲା ମାଟି ଗଠନ ଏବଂ ଏହି  ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି।

Updated On

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗରର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର-୪ରେ ଢିଲା ମାଟି ଗଠନ ଏବଂ ଏହି  ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି।

ଅଦ୍ୟତନ ହୋଇଛି
khordha-balangir tunnel

Khordha-Balangir railways tunnel collesped. Photograph: (sambad.in )

ଭୁବନେଶ୍ବର: ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣାଧୀନ ୪ ନମ୍ବର ଟନେଲ୍‌ ଭୁଶୁଡ଼ିବା ଘଟଣା ନେଇ ପୂର୍ବତଟ ରେଳବାଇ ସ୍ପଷ୍ଟୀକରଣ ରଖିଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ନେଇ କୌଣସି ବଡ଼ଧରରଣ କ୍ଷୟକ୍ଷତି ହୋଇନାହିଁ।  

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗରର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର-୪ରେ ଢିଲା ମାଟି ଗଠନ ଏବଂ ଏହି  ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି। ଏହି ଅଘଟଣ କାରଣରୁ କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯୋଜନା ଅନୁଯାୟୀ କାମ ଜାରି ରହିଛି।

ରାଜ୍ୟର ଅନ୍ୟତମ ପୁରାତନ ରେଳ ପ୍ରକଳ୍ପ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନେଇ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର ଓ ନୟାଗଡ଼ବାସୀ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ସମୟରେ ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା (୧୦୬କିମି) ପର୍ଯ୍ୟନ୍ତ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ କରୁଛି। ସେହିପରି ସୋନପୁରରୁ ବଲାଙ୍ଗୀର (୪୮କିମି) ମଧ୍ୟରେ ଟ୍ରେନ୍‌ ଚଳାଚଳ କରୁଛି। କିନ୍ତୁ ସୋନପୁର ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାମ ଜାରି ରହିଛି। କିଛି ମାସ ପୂର୍ବରୁ ସୋନପୁର-ପୁରୁଣାକଟକ (୮୫କିମି) ମଧ୍ୟରେ ମଧ୍ୟ ଟ୍ରାଏଲ୍‌ ରନ୍‌ ହୋଇଛି। ଖୁବ ଶୀଘ୍ର ପୁରୁଣାକଟକରୁ ବଲାଙ୍ଗୀର ମଧ୍ୟରେ ମଧ୍ୟ ଟ୍ରେନ୍‌ ଚଳାଚଳ କରିବ ବୋଲି ଆଶା କରାଯାଉଛି। ପୂରା ପ୍ରକଳ୍ପର ନିର୍ମାଣ କାମ ଆଗାମୀ ୨ ବର୍ଷ ମଧ୍ୟରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। 

ସୂଚନାଯୋଗ୍ୟ, ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ର ନିର୍ମାଣ କାମ ନେଇ ପଶ୍ଚିମ ଓଡ଼ିଶା ସମେତ ଫୁଲବାଣୀ, ଗଂଜାମ ଓ ‌ନୟାଗଡ଼ବାସୀ ଉତ୍ସାହିତ ଥିବା ବେଳେ ଏହି ପକଳ୍ପରେ ଅଘଟଣ ଘଟିଥିବା ନେଇ ଆଜି ଜଣପଡ଼ିଛି।  ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତ ଅଧୀନ କଖାରୁଫାଳ ନିକଟ ଜଙ୍ଗଲ ଭିତରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏକ ନିର୍ମାଣାଧୀନ ରେଳ ଟନେଲ ଭୁଶୁଡ଼ି ପଡ଼ିବାରୁ ରେଳବାଇକୁ କ୍ଷତି ହୋଇଛି। କିନ୍ତୁ ଖୁସିର କଥା ଯେ, ଏହି ଅଘଟଣରେ କୌଣସି ଜନଜୀବନକୁ କ୍ଷତି ପହଞ୍ଚି ନାହିଁ। ଟନେଲ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ମିଟରର ଏକ ଗର୍ତ୍ତ ହୋଇଥିବା କୁହାଯାଉଛି।  

Indian Railways | Boudh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe