ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା । ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୁଲିସ। ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କଲା ଖୁଣ୍ଟୁଣୀ ପୁଲିସ ।

Advertisment

ଆହୁରି ପଢ଼ନ୍ତୁ:ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ପତ୍ନୀ ରହୁଥିବା ଘର ଜାଳିଦେଲେ

୩ଘଣ୍ଟା ଧରି ଦୀପକଙ୍କୁ ପଚରାଉଚରା

ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଝାଳବୁହା ଜେରା। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକଙ୍କୁ ପଚରାଉଚରା କରିଥିଲା ପୁଲିସ । ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୁଲିସ ହାତରେ ଲାଗିଛି। 

ଆହୁରି ପଢ଼ନ୍ତୁ:ଦୀପାବଳିରେ ଅଘଟଣ: ହାତରେ ବାଣ ଫୁଟି ଦୁଇ ଯୁବକ ଗୁରୁତର

ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା

ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ଲଭ ରିଲେସନ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ। ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ। ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ। ଏପରିକି ଅପର୍ଣ୍ଣା ଆରଆଇ ଭାବେ ଚାକିରୀ କରିଥିବାରୁ ତାଙ୍କ ନାଁ ରେ ଏକ ଲୋନ କରି, ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ ଜଣଙ୍କ।

ଆହୁରି ପଢ଼ନ୍ତୁ:ବାଣ ନିଆଁରୁ ଅଗ୍ନିକାଣ୍ଡ, ୫ଗାଈ ଜୀବନ୍ତ ଦଗ୍ଧ

୨୦୨୨ ମାର୍ଚ୍ଚ ୧୭ ତାରିଖରେ ଏକ ଖୁଣ୍ଟୁଣୀ ଠାରେ ଏକ ଦୁର୍ଘଟଣାର ଖବର ପାଇଥିଲେ ଅପର୍ଣ୍ଣାଙ୍କ ପରିବାର । କିନ୍ତୁ ଏହା ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା ବୋଲି ପୂର୍ବରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ଭଉଣୀ। ଯେଉଁ ଅଭିଯୋଗକୁ ଆଧାର କରି ଜେଲ ଭିତରେ ଆଜି ସକାଳୁ ଜେରା ଚାଲିଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ।

Crime