ଶିକ୍ଷକ ଅପହରଣ ଘଟଣା: ୩୬ ଘଣ୍ଟା ମଧ୍ୟରେ ଉଦ୍ଧାର, ୩ ଗିରଫ

Advertisment

ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାlଫାସ କରିଛି କରଞ୍ଜିଆ ପୁଲିସ। ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣା ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି।

ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାlଫାସ କରିଛି କରଞ୍ଜିଆ ପୁଲିସ। ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣା ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି।

Teacher kidnap

Teacher kidnap Photograph: (Sambad )

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାlଫାସ କରିଛି କରଞ୍ଜିଆ ପୁଲିସ। ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣା ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ ସୌଭାଗ୍ୟ ଦାସ, ପ୍ରଭାତ କୁମାର ମହାନ୍ତି ଓ ବ୍ରହ୍ମାନନ୍ଦ ନାଏକ। ଏହି ଘଟଣାରେ ଜଣେ ନାବାଳିର ମଧ୍ୟ ସଂପୃକ୍ତି ରହିଛି। 

କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ଆଜି ତାଳଚେରରୁ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହିତ ଏକ କାର (ଓଡି-୧୯- ଉଆୟ-୨୭୯୦)କୁ ଜବତ କରିବାରେ ସଫଳ ହୋଇଛି। ତେବେ ଶିକ୍ଷକଙ୍କୁ ଅନ୍‌ଲାଇନ୍ ନେଟୱର୍କ ଟୋକନ୍ କାରବାର ନେଇ ଅପହରଣ ହୋଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ସ୍କୁଲରୁ ଫେରିବା ରାସ୍ତାର କୁଆଁରୀଆପୋଲି ନିକଟରୁ ଶିକ୍ଷକଙ୍କୁ ଉଠାଇ ନେଇଥିଲେ। ୪ ଜଣ ଦୁର୍ବୁତ୍ତ ଏମାନେ କେନ୍ଦୁଝର ଦେଇ ତାଳଚେର ଜଙ୍ଗଲରେ ଶିକ୍ଷକ ଜଣଙ୍କୁ ରଖି ନିର୍ଯାତନା ଦେଉଥିବାର ଶିକ୍ଷକ ପ୍ରକାଶ କରିଛନ୍ତି ଓ ତାଙ୍କ ମୋବାଇଲ ଛଡ଼ାଇ ନେଇଥିବା ପ୍ରକାଶ କରିଛନ୍ତି ଶିକ୍ଷକ ରବୀନ୍ଦ୍ର ନାଥ ସିଂଙ୍କୁ। 

ସୂଚନା ମୁତାବକ ଏହି ଅପହରଣକାରୀ ମାନେ ପୁର୍ବରୁ ଠାକୁରମୁଣ୍ଡା ଅଞ୍ଚଳରୁ ଜଣେ ମହିଳାକୁ ଅପହରଣ କରିଥିଲେ। ଅପହରଣକାରୀ ଓ ଶିକ୍ଷକ ଓ ତାଙ୍କ ନେଟୱାର୍କ ବ୍ୟବସାୟୀ କେତେକ ମେମ୍ବର କେନ୍ଦୁଝରସ୍ଥିତ ସାଗର ହୋଟେଲ୍‌ରେ ପ୍ରଥମ କରି ବୈଠକ ହୋଇଥଲା। ପୁର୍ବରୁ ଏହି ଅପହରଣକାରୀ ଦଳ ଶିକ୍ଷକଙ୍କୁ ଟଙ୍କା ମାଗିଥିଲେ ଓ ଟଙ୍କା ନ ଦେଲେ ଅପହରଣ କରିବାକୁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ଥାନାରେ ସୂଚନା ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ।

ତେବେ ପୁଲିସ ଏକ ୪ ଜଣିଆ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ କରି ଏହି ସଫଳତା ପାଇଛନ୍ତି। ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇନଥିଲା। ତେବେ ଗତ ୪ ମାସ ପୂର୍ବରୁ ଠାକୁରମୁଣ୍ଡା ଅଞ୍ଚଳର ଜୈନକ ବିଧବା ମହିଳାଙ୍କୁ ମଧ୍ୟ ଏହି ଦୁର୍ବୃତ୍ତମାନେ ଅପହରଣ କରିଥିବା ନେଇ ଶିକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe