ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ଅପହୃତ ବ୍ୟବସାୟୀ ଉଦ୍ଧାର

ଅପହୃତ ବ୍ୟବସାୟୀ ଉଦ୍ଧାର। ଆନ୍ଧ୍ର ଓଡ଼ିଶା ସୀମା ଚିଣ୍ଟୁର୍ ଠାରେ ବ୍ୟବସାୟୀ ସତ୍ୟାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି ଅପହରଣକାରୀ। ସତ୍ୟାଙ୍କ ସହ ପରିବାର ଲୋକଙ୍କର ସାକ୍ଷାତ ହୋଇଛି ଏବଂ ବୈପାରିଗୁଡ଼ା ଅଭିମୁଖେ ବାହାରିଛନ୍ତି ଅପହୃତ ବ୍ୟବସାୟୀ ସତ୍ୟା ଏବଂ ପରିବାର ଲୋକେ।

vb

ବୈପାରିଗୁଡ଼ା: ଅପହୃତ ବ୍ୟବସାୟୀ ଉଦ୍ଧାର। ଆନ୍ଧ୍ର ଓଡ଼ିଶା ସୀମା ଚିଣ୍ଟୁର୍ ଠାରେ ବ୍ୟବସାୟୀ ସତ୍ୟାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି ଅପହରଣକାରୀ। ସତ୍ୟାଙ୍କ ସହ ପରିବାର ଲୋକଙ୍କର ସାକ୍ଷାତ ହୋଇଛି ଏବଂ ବୈପାରିଗୁଡ଼ା ଅଭିମୁଖେ ବାହାରିଛନ୍ତି ଅପହୃତ ବ୍ୟବସାୟୀ ସତ୍ୟା ଏବଂ ପରିବାର ଲୋକେ।

ପାଡୁଆ ଗ୍ରାମର ଜଣେ ବ୍ୟବସାୟୀ କେ. ସତ୍ୟାଙ୍କୁ ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଗତ ରାତି ସାଢ଼େ ୯ଟା ଡକାୟତି ଦଳ ଅପହରଣ କରିନେଇଥିବା ସୂଚନା ରହିଛି। ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବା ପାଇଁ ଗତକାଲି ସନ୍ଧ୍ୟାରେ ସତ୍ୟା ପାଡୁଆରୁ ନିଜ କାରରେ ଜୟପୁର ଟଙ୍କା ଆଣିବା ପାଇଁ ଯାଇଥିଲେ। ଟଙ୍କା ନେଇ ପାଡୁଆ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରେ କେତେଜଣ ଡକାୟତ କାରକୁ ଅଟକାଇ ସତ୍ୟାଙ୍କୁ ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରିଥିଲା।

ବ୍ୟବସାୟୀଙ୍କୁ ଅପହରଣ। ପାଡୁଆ ଗ୍ରାମର ଜଣେ ବ୍ୟବସାୟୀ କେ. ସତ୍ୟାଙ୍କୁ ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଲାବ ବ୍ରିଜ୍ ନିକଟରେ ଗତ ରାତି ସାଢ଼େ ୯ଟା ଡକାୟତି ଦଳ ଅପହରଣ କରିନେଇଥିବା ସୂଚନା ରହିଛି। ଚିନାବାଦାମ ବିକ୍ରି ବାବଦର ଟଙ୍କା ଆଦାୟ କରିବା ପାଇଁ ଗତକାଲି ସନ୍ଧ୍ୟାରେ ସତ୍ୟା ପାଡୁଆରୁ ନିଜ କାରରେ ଜୟପୁର ଟଙ୍କା ଆଣିବା ପାଇଁ ଯାଇଥିଲେ। ଟଙ୍କା ନେଇ ପାଡୁଆ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରେ କେତେଜଣ ଡ଼କାୟତ କାରକୁ ଅଟକାଇ ସତ୍ୟାଙ୍କୁ ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୈପାରିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe