କଟକ: କଟକ ସିଡିଏମଓ ଅଫିସ୍ର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା।
କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା।
ତାଙ୍କ ବିରୁଦ୍ଧରେ ୧.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ହେରଫେର ହୋଇଥିବାର ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ପ୍ରମାଣ ସଂଗ୍ରହ କରିବା ପାଇଁ, କଟକ ଜିଲ୍ଲାର ୫ଟି ସ୍ଥାନରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, କଟକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୯ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି କରାଯାଇଥିଲା।
Follow Us