ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଦିନଟି ଶୁଭ ରହିବ। ଅଧ୍ୟାପକଙ୍କ ପାଇଁ ଦିନଟି ଭଲ। ପ୍ରଶାସନିକ ସେବା ଲାଗି ପ୍ରସ୍ତୁତି କରୁଥିବା ଛାତ୍ରଙ୍କୁ ନୂଆ ଅବସର ପ୍ରାପ୍ତ ହେବ। ‌

ବୃଷ: ଚାକିରିରେ ଉନ୍ନତି ଓ ଆୟ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୈବାହିକ ଜୀବନରେ ଭଲ ତାଳମେଳ ରହିବ। ଆନନ୍ଦପୂର୍ବକ ଦିନଟି ଅତିବାହିତ କରିବେ। ‌

ମିଥୁନ: ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଆପଣଙ୍କୁ ଉନ୍ନତି ପାଇଁ ମଉକା ମିଳିବ। ପଇସା ଦିଆନିଆ ବେଳେ ସତର୍କ ରହନ୍ତୁ। 

‌କର୍କଟ: ଆପଣ କିଛି ସମ୍ମାନିତ ଲୋକଙ୍କ ସହ ମିଶିବେ। ବେପାରରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।  

ସିଂହ: ଦିନଟି ଆପଣଙ୍କ ପାଇଁ ସକାରାତ୍ମକ ରହିବ। ଆପଣଙ୍କର ଦରମା ବୃଦ୍ଧି ହୋଇପାରେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।
 
କନ୍ୟା: ପୁରୁଣା ଜମିବାଡ଼ିରୁ ଆପଣଙ୍କୁ ଲାଭ ମିଳିବ। କୌଣସି ବଡ଼ ସଫଳତା ହାସଲ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରୀଛାତ୍ରୀ କିଛି ନୂଆ ଶିଖିବେ। 

ତୁଳା: ଦିନଟି ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହଯୋଗ ପାଇବେ। ସକାରାତ୍ମକ ମନୋଭାବ ଆପଣଙ୍କ ଚାକିରିରେ ଉନ୍ନତି ଆଣିଦେବେ। 

ବିଛା: କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟାବସାୟିକ ସମ୍ମିଳନୀରେ ଯୋଗ ଦେବାକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। 

ଧନୁ: ଶିକ୍ଷାକ୍ଷେତ୍ରରେ ଆପଣଙ୍କର ମନୋକାମନା ପୂରଣ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରତି ଆକର୍ଷିତ ହେବେ। 

ମକର: ବ୍ୟବସାୟରେ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ସାବ୍ୟସ୍ତ ହେବ। କଳା ପ୍ରତି ମନରେ ଉତ୍ସାହ ରହିବ। କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। 

କୁମ୍ଭ: ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିବାର ଯୋଗ ଅଛି। ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। 

ମୀନ: ଭଲ ଉଦ୍ୟୋଗରେ ଚାକିରି ପାଇଁ ପ୍ରସ୍ତାବ ମିଳିବ। ଜୀବନସାଥୀ ସହିତ ଭଲ ସମୟ ବିତାଇବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। ନିଜର କାର୍ଯ୍ୟଶୈଳୀ ବଦଳାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe