ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasiya

ମେଷ: ଆପଣଙ୍କୁ ମନ ମୁତାବକ ଫଳ ମିଳିବ। ଅଫିସରେ କୌଣସି କାମର ଦାୟିତ୍ବ ଗ୍ରହଣ କରିବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। 
ବୃଷ: କନ୍ୟା ଲାଗି ବର ଖୋଜା କାମ ପୂରା ହେବ। କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ଜୀବନସାଥୀର ପୂରା ସହଯୋଗ ମିଳିବ। 
ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ରାଜନୀତିରେ ଥିବା ବ୍ୟକ୍ତି ଦଳର କୌଣସି ଦାୟିତ୍ବ ଗ୍ରହଣ କରିବେ। ଜନତାଙ୍କ ମଧ୍ୟରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। 
କର୍କଟ: କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଧର୍ମକାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। 
ସିଂହ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଜୀବନସାଥୀର ସହଯୋଗ ପାଇବେ। ଜମି କିଣିବାର ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

କନ୍ୟା: ଘର ଓ ବାହାରେ ପ୍ରତିଟି ଜାଗାରେ ଆପଣଙ୍କର ପ୍ରଶଂସା ହେବ। କାମ ପାଇଁ ଅଫିସରେ ପୁରସ୍କାର ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ଦିନଟି ଉତ୍ତମ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। 
ତୁଳା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଘରୋଇ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀ ସହିତ ଶ୍ରୀକ୍ଷେତ୍ର ଯିବାର ଯୋଜନା କରିବେ। 

ବିଛା: ପାରିବାରିକ କାମ ସଂପୂର୍ଣ୍ଣ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ସହପାଠୀ କିଛି ବ୍ୟକ୍ତିଗତ କଥା କହିବେ। ଶିକ୍ଷକଙ୍କ ସହିତ କଠିନ ବିଷୟ ନେଇ ଚର୍ଚ୍ଚା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। 
ଧନୁ: ଜରୁରୀ କାମ କରିବା ପୂର୍ବରୁ ଘରର ବୟୋଜ୍ୟେଷ୍ଠଙ୍କ ମତ ନିଅନ୍ତୁ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି କାହାରି ସାହାଯ୍ୟ ପାଇବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। 
ମକର: ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ସମାପ୍ତ ହେବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅଭିଜ୍ଞ ଲୋକଙ୍କ ମତ ନିଅନ୍ତୁ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। 
କୁମ୍ଭ: ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପୂର୍ବରୁ ଦେଇଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। 
ମୀନ: କୌଣସି ବଡ଼ ଲୋକଙ୍କ ସହିତ ସାକ୍ଷାତ ହେବ। ଟ୍ରାଭେଲ୍‌ ଏଜେନ୍‌ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe