ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନସାଥୀଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ସନ୍ଧ୍ୟାରେ ଭଲ ଖବର ପାଇବେ। ବହୁ ବର୍ଷରୁ ବିକ୍ରି ହେଉନଥିବା ଜମି ଭଲ ଦାମରେ ବିକ୍ରି ହୋଇଯିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। 
ବୃଷ: ବୈବାହିକ ସମସ୍ୟା ସମାଧାନ ହୋଇପାରେ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।
ମିଥୁନ: ପରିବାରର କୌଣସି ସଦସ୍ୟଙ୍କ ସହିତ ବିବାଦ ହେବ। ଅଜାଣତରେ ଆପଣଙ୍କ ଦ୍ବାରା ଭୁଲ୍ ହୋଇପାରେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ପ୍ରେମ ସଂପର୍କ ନିବିଡ଼ ହେବ। 
କର୍କଟ: ଆଜି କୌଣସି ବଡ଼ ପଦକ୍ଷେପ ନିଅନ୍ତୁ ନାହିଁ। ପୁରୁଣା ବିବାଦ ସମ୍ମୁଖକୁ ଆସିବ। ଅଫିସରେ ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ଭଲ ପ୍ରତିକ୍ରିୟା ମିଳିବ। 

ସିଂହ: ଆର୍ଥିକ ସ୍ଥିତି ବହୁତ ଭଲ ହେବ। ନିଜକୁ ସୁସ୍ଥ ଅନୁଭବ କରିବେ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ ହେବ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଯାନ କିଣିବା ଲାଗି ଆଗ୍ରହ ବଢ଼ିବ। 
କନ୍ୟା: ମାଟି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନସାଥୀଙ୍କ କାର୍ଯ୍ୟବ୍ୟସ୍ତତା ଆପଣଙ୍କ ପାଇଁ ଉଦାସର କାରଣ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। 

ତୁଳା: ବନ୍ଧୁ ସହଯୋଗରେ ଅଧୁରା କାମ ପୂରା ହୋଇପାରେ। ଶତ୍ରୁ ଆପଣଙ୍କ ପ୍ରଭାବରେ ଦବି ରହିବେ। ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ରହିଛି। ଘରକୁ ଅଚାନକ କେହି ବନ୍ଧୁ ଆସିପାରନ୍ତି। 
ବିଛା: ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଆପଣଙ୍କ ମନରେ କୌଣସି ଆଶା ଉତ୍ପନ୍ନ ହେବ।  କ୍ୟାରିଅର୍‌ରେ ଲାଭ ପାଇବେ। 
ଧନୁ: ନୂଆ କାମ କରିବାର ଇଚ୍ଛା ପରିହାର କରନ୍ତୁ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ନିଜ ବିଚାରକୁ ଭଲଭାବେ ବ୍ୟକ୍ତ କରିପାରିବେ। 
ମକର: ସୁଖ ସୁବିଧା ପାଇଁ ଆପଣଙ୍କର ରୁଚି ବଢ଼ିବ। ଘର ଓ ଅଫିସରେ ବାତାବରଣ ଆପଣଙ୍କ ଲାଗି ଆନନ୍ଦଦାୟକ ରହିବ। କୌଣସି କାମ ନେଇ ଗମ୍ଭୀର ବିଚାର କରିବେ। 

କୁମ୍ଭ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟ ଆଡ଼କୁ ଆକର୍ଷିତ ହୋଇପାରେ। ଚାକିରି ବୃତ୍ତିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। 
ମୀନ: ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ। ସୃଜନଶୀଳ କାମ ପାଇଁ ବହୁତ ଭଲ ସମୟ। ଠିକାଦାରଙ୍କ ଲାଗି ଦିନଟି ଧନଲାଭ ଦେବ। କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe